ପ୍ରଶାସନ ପକ୍ଷରୁ ହୋଡିଂ ହଟିଲା
ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ ନିର୍ବାଚନ ପାଇଁ କଟକଣା ଲାଗୁହେବା ପରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ବଜାର ମାନଙ୍କରେ ଲଗାଯାଇଥିବା ହୋଡିଂ ସବୁକୁ ହଟାଇ ଦିଆଯାଇଛି । ଆଜି ବିଡିଓ ବିନୀତା ବିଜୟନୀ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶ, ବ୍ଲକ ପିଇଓ ନରହରି ନାୟକ, ଜିଆରଏସ ବିନୟ କୁମାର ମଲ୍ଲିକ, କର୍ମଚାରୀ ସୁଦର୍ଶନ ଘଡେଇ ପ୍ରମୁଖ ପୋଲିସ ଫୋର୍ସ ସହିତ ଯାଇ ତରତରା ଛକ, ବଞ୍ଚୋ, ଚୋରଗଡିଆ ଛକ, ଛେନାପଦିଛକ, ହାଟଡିହି, ଅଣା ମୈଗାଁ ପ୍ରଭୃତି ଛକ ମାନଙ୍କରେ ଲଗାଯାଇଥିବା ହୋଡିଂ ସବୁକୁ ଖୋଲିଛନ୍ତି । ଆସନ୍ତାକାଲି ଅନ୍ୟ ସମସ୍ତ ଛକ ବଜାରକୁ ଯାଇ ହୋଡିଂ ହଟାଇବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଡିଓ କହିଛନ୍ତି ।