ହଟହଟା ହେଲେ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଅକ୍ଷୟ ରଥ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ଠାରେ ୭୩ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ନଅ ଘଟିକା ସମୟରେ କରଞ୍ଜିଆ କଲେଜ ପଡିଆ ଠାରେ ପାଞ୍ଚପିଢ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ । ଏହି ଅବସର ରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପଖଣ୍ଡ ର ବିଭିନ୍ନ ଅନୁଷ୍ଠାନ, ସ୍ଵେଛାସେବୀ ଙ୍କୁ ଉପଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ଏହି ସମୟରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ର ବିବାଦୀୟ ଅଧିକ୍ଷକ ତଥା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଅକ୍ଷୟ ରଥ ଙ୍କୁ ସମ୍ବର୍ଦ୍ଧନା ଦେବା ବେଳେ ଅପ୍ରିତିକର ପରିସ୍ଥିତି ଉପୁଜିଥିଲା । କାର୍ଯ୍ୟକ୍ରମ ସ୍ଥଳ ରେ ଉପସ୍ଥିତ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନସାଧାରଣ କରଞ୍ଜିଆ ହସ୍ପିଟାଲ କୁ ପାଞ୍ଚଘଂଟା ବନ୍ଦ କରି ବା ଦ୍ୱାରା ରୋଗୀର ମୃତ୍ୟୁ ହୋଇଥିବା ତଥା ଜୀବିତ ଶିଶୁକୁ ମୃତ ବୋଲି କହିବା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ, ହତ୍ୟାକାରୀ ବୋଲି ସ୍ଲୋଗାନ ।ହତ୍ୟାକାରୀ ଅଧିକ୍ଷକ ଅକ୍ଷୟ ରଥ ମୁର୍ଦାବାଦ, ଅଧିକ୍ଷକ ଅକ୍ଷୟ ରଥ ଛିଛି, ତୁମ ମନମାନି ଚଳିବ ନାହିଁ ନାରା ଦେଇଥିଲେ ଏଥିପାଇଁ ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ ତଥା ଉପଜିଲ୍ଲାପାଳ ଙ୍କ ସମୁଖରେ ଅଧିକ୍ଷକ ଙ୍କୁ ହଟହଟା ହେବାକୁ ପଡିଥିଲା ଉପସ୍ଥିତ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନସାଧାରଣ ଉପଜିଲ୍ଲାପାଳ ଙ୍କୁ ପ୍ରଶ୍ନ ବାଣର ସମ୍ମୁଖୀନ୍ନ ହେବାକୁ ପଡିଥିଲା ଉପସ୍ଥିତ ଲୋକ ଙ୍କୁ ବୁଝେଇବାକୁ ଯାଇ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ କ୍ରମେ କରନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା କ୍ରମରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଅକ୍ଷୟ ରଥ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା କହିଥିଲେ ଉଲ୍ଲେଖ ଯୋଗ୍ୟ ଯେ ଶିଶୁ ମୃତ୍ୟୁ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରଣ ପରେ ସବୁ ଡାକ୍ତରଙ୍କୁ ଗୋଟେ ରୁମରେ ବନ୍ଦ କରି ଅଧିକ୍ଷକ ବସିରହି ଥିଲେ , ୫ଘଂଟା ଧରି ହୋଇଥିଲା ଉପଖଣ୍ଡ ଚିକିତ୍ସାଳୟଏପରିକି ଏମର୍ଜେନ୍ସୀ ରୋଗୀ ସେବା, ସବୁ ବିଭାଗର ଓପଡି ବନ୍ଦ ରହିଥିଲା । ଏହି ସମୟରେ ମେଡିକାଲ ଅଧିକ୍ଷକ ସମସ୍ତ ଡାକ୍ତରଙ୍କ ନେଇ ଏକ କଠୋରୀରେ ବସି ରହିଥିଲେ । ଫଳରେ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ମେଡିକାଲକୁ ଆସିଥିବା ରୋଗୀ ହନ୍ତସନ୍ତ ହୋଇଥିଲେ । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳକୁ ପାଞ୍ଚପିଢ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ବିଶ୍ୱାଳ ଆସି ପୋଲିସକୁ ଡକାଇଥିଲେ । ଉପଜିଲ୍ଲାପାଳ, ଏସଡିପିଓ, ଥାନାଧିକାରୀ ଓ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ରୋଗୀ ସେବା ସ୍ୱାଭାବିକ ହୋଇଥିଲା ନିଜ ଦାୟିତ୍ୱ କୁ ସଠିକ ଢଙ୍ଗରେ ପରିଚାଳନା କରିପାରୁନଥିବା ନିଜ ଅପାରଗତା କୁ ଲୁଚେଇବାକୁ ଯାଇ ମେଡିକାଲ ଅଧିକ୍ଷକ ଙ୍କୁ ସ୍ୱାସ୍ଥ୍ୟସେବାକୁ ଅଚଳ କରି ଦେଇଥିବା ଅଧିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଦେବା ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ଅଞ୍ଚଳ ର ବୁଦ୍ଧିଜୀବୀ, ସାମ୍ବାଦିକ ମାନେ ଏମାନଙ୍କ ପୁଞ୍ଜିଭୂତ ଆସନ୍ତୋଷ କୁ ଜାହିର କରି ବିଭିନ୍ନ ସ୍ଲୋଗାନ ଦେଇ ବିରୋଧ କରିଥିଲେ I ଜନସାଧାରଣ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନସାଧାରଣ ଙ୍କ ବିରୋଧ ଫଳରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଅକ୍ଷୟ ରଥ କଲେଜ ପଡିଆ ଛାଡି ଚାଲିଯାଇଥିଲେ ଏହି ଘଟଣା କରଞ୍ଜିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ