ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଜଳାସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସନ୍ନିକଟରେ ଅନୁଷ୍ଠିତ ଉତ୍ସବରେ ସ୍ୱାଧୀନତା ସଂଗ୍ରାମୀ ସମିତି ଉପସଭାପତି ଫକିର ମୋହନ ଦାସ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଗଣତନ୍ତ୍ର ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଶ୍ରୀ ଦାସ ବକ୍ତବ୍ୟ ରଖିଥିଲେ । ସମିତି ସମ୍ପାଦକ ଗୋପାଳକୃଷ୍ଣ ଜେନା, ଦାୟାଦ ସଙ୍ଘର ସଭାପତି କୁଳମଣୀ ରାଉତ, ଉପସଭାପତି ବାଉରୀବନ୍ଧୁ ଦାସ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଦାସ, ପଦ୍ମନାଭ ଦାସ, ତୁଷାରକାନ୍ତି ଘୋଷ, ମିନତୀ ଦାସ, ଅମୂଲ୍ୟ ସାହୁ, ଗଦାଧର ନାୟକ, ସୁଜାତା ଦାସ, ପ୍ରଦିପ ଦାସ ପ୍ରମୁଖ ଜାତୀୟ ସଂଗୀତ ଗାନ କରିଥିଲେ ।


