ଲାବଣ୍ୟବତୀ ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଆଲୋଚନା ଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ପ୍ରତିଷ୍ଠିତ କଳା ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଆନୁକୁଲ୍ୟରେ ଲାବଣ୍ୟବତୀ ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପଠାଗାର ର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧିବକ୍ତା ହରପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା, ମୁଖ୍ୟବକ୍ତାଭାବେ ଶିକ୍ଷାବିତ୍ ଡକ୍ଟର ବ୍ରଜକିଶୋର ପାଢୀ ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ବଂଶୀଧର ନାୟକ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନବିହାରି ପଟ୍ଟନାୟକ ଯୋଗଦେଇଥିଲେ। ସର୍ବପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ପିତା ମଦନମୋହନ ପଣ୍ଡା ଓ ମାତା ଲାବଣ୍ୟବତୀ ପଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ଶିକ୍ଷାବିତ୍ ତପନ କୁମାର ମହାପାତ୍ର ବେଦପାଠ କରିଥିଲେ। ”ମା ପ୍ରତି ଯୁବ ସମାଜର ଭୂମିକା” ଶୀର୍ଷକ ଆଲୋଚନା ଚକ୍ରରେ ମା ଙ୍କ ଭୂମିକା ଅତୁଳନୀୟ। ସନ୍ତାନର ପ୍ରଥମ ଗୁରୁ ମା ଶବ୍ଦଟିର କଳ୍ପନା କରିବା ବାହୁଲ୍ୟମାତ୍ର ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆଦର୍ଶ କର୍ମଚାରୀ ଭାବେ ସୁକାନ୍ତ ବେହେରା, ଯୁବ ଅଭିନେତା ଭାବେ ଜି ସମୀର ପାତ୍ର ଓ ଆଦର୍ଶ ଶିକ୍ଷକ ଭାବେ ଗୁରୁନାଥ ନାହାକଙ୍କୁ ଉପଢୈାକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କବିତା ପାଠୋତ୍ସବରେ କବି ବବ୍ରୁବାହନ ସ୍ବାଇଁ,ଶ୍ରୀଧର ମିଶ୍ର,ସୁରେଶ କୁମାର ପାଢ଼ୀ ପ୍ରମୁଖ କବି ନିଜସ୍ବ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଦିଗାମ୍ବର ମହାରଣା, କେଦାରନାଥ ଦାଶ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ