ବିଜେଡିର ନିର୍ବାଚନୀ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ବନ୍ତ ଠାରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ଯୋଗ ଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଓ ଦଳୀୟ ସମର୍ଥୀତ ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ସହିତ ବ୍ଲକ ଦଖଲ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ୧୫ନଂ.ଜୋନ୍ ଜିଲା ପରିଷଦ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ଯେନା, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର ତ୍ରିପାଠୀ, ସୁଧାଂଶୁ ଶେଖର ନାୟକ, ନାରଣ ଚନ୍ଦ୍ର ଜେନା, ବସନ୍ତ କୁମାର ବେହେରା, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିହାରିକା ରାଉତ, ଭୀମ ଚରଣ ସାମଲ, ରଞ୍ଜନ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅଶୋକ ସାହୁ, ସମିତି ସଭ୍ୟ ପ୍ରାର୍ଥିନୀ ମମତା ରାଉତ, ବନ୍ତର ସରପଞ୍ଚ ପ୍ରାର୍ଥିନୀ ଇନ୍ଦୁମତୀ ସାହୁ, ସମିତି ସଭ୍ୟ ପ୍ରାର୍ଥୀ ଡ.ସୁଧାଂଶୁ ଶେଖର ନାୟକ, ଟିଲୋର ସରପଞ୍ଚ ପ୍ରାର୍ଥୀ ସୁବାଷ ଦାସ, ସମିତି ସଭ୍ୟ ପ୍ରାର୍ଥିନୀ ସୁଜାତା ସେଠୀ, ଛୟାଳସିଂର ସରପଞ୍ଚ ପ୍ରାର୍ଥିନୀ ରୀନାଲତା ଗିରି, ସମିତି ସଭ୍ୟ ପ୍ରାର୍ଥୀ ଚିନ୍ମୟ ଘଡେଇ, ଗଣିଜାଙ୍ଗର ସରପଞ୍ଚ ପ୍ରାର୍ଥିନୀ ରଶ୍ମିତା ସେଠୀ, ସମିତି ସଭ୍ୟ ପ୍ରାର୍ଥର୍ୀ ମନୋରଞ୍ଜନ ସେଠୀ, ଓଡଙ୍ଗର ସରପଞ୍ଚ ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ଦାସ, ସମିତି ସଭ୍ୟ ପ୍ରାର୍ଥିନୀ ରଜନୀ ଯେନା, କାଦବରାଙ୍ଗର ସରପଞ୍ଚ ପ୍ରାର୍ଥିନୀ ତଅପୋଇ ସେଠୀ, ସମିତି ସଭ୍ୟ ପ୍ରାର୍ଥିନୀ ଦୀପାରାଣୀ ଯେନା, ବଡବର୍ଚ୍ଚିକୟାଁର ସରପଞ୍ଚ ପ୍ରାର୍ଥିନୀ ମିନତୀ ଜେନା, ଉମାକାନ୍ତ ନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ ।


