ନାଟ୍ୟ ସଂଘର ନୂତନ ଦଳର ପ୍ରଥମ ପରିବେଷଣ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ପ୍ରଜ୍ଞାଦୀପ୍ତ ଲୋକ ନାଟକ ଅଭିନେତା ତଥା ନାଟ୍ୟ ସଂଗଠକ ସ୍ବର୍ଗତ ଭଜରାମ ଷଡ଼ଙ୍ଗୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଲୁଦୁଲୁଦି ଗ୍ରାମସ୍ଥ ଶ୍ରୀ ଶ୍ରୀ ମା’ ବୁଢ଼ୀ ଠାକୁରାଣୀ ପ୍ରହଲ୍ଲାଦ ନାଟକ ନାଟ୍ୟ ସଂଘ ତରଫରୁ ନୂତନ ପିଢ଼ିର ଯୁବ କଳାକାର ମାନଙ୍କ ଦ୍ୱାରା ପ୍ରଥମ ନାଟକ ଆଜି ପରିବେଷଣ କରାଯାଇଛି ।  ଏହି ଅବସରରେ ବର୍ଷୀୟାନ ପ୍ରହଲ୍ଲାଦ ନାଟକ ଗୁରୁ ମହେଶ୍ୱର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସହଯୋଗୀ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଲୋକ ସଂସ୍କୃତି ଗବେଷକ ଜଗଦୀଶ ପାଣିଗ୍ରାହୀ ଓ ବରିଷ୍ଠ କଳାକାର ତଥା ସାମ୍ବାଦିକ ଜୟ କୃଷ୍ଣ ପଟ୍ଟନାୟକ ଯୋଗଦେଇ ପ୍ରାଦେଶିକ ଶାସ୍ତ୍ରୀୟ କଳାକୁ ପରିପୁଷ୍ଟ କରେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମହାସଚିବ ସୁବାସ ଚନ୍ଦ୍ର ସାହୁ, ସହ ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ ଏବଂ ନାଟ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାତ୍ର ପ୍ରମୁଖଙ୍କୁ ଆନୁଷ୍ଠାନିକ ଭାବେ ଉପାୟନ ଓ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଵର୍ଗତ ଷଡ଼ଙ୍ଗୀଙ୍କ କଳା ପ୍ରତିଭା ସମ୍ପର୍କରେ ଆଲୋଚନା ସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ସୂପୂତ୍ର କାହ୍ନୁ ଚରଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶନା କ୍ରମେ ନାଟ୍ୟ ସଂଘ ନୂଆଁ ପିଢ଼ିର କଳାକାରଙ୍କ ଦ୍ୱାରା ପ୍ରହଲ୍ଲାଦ ନାଟକର ପ୍ରଥମ ନାଟକ ପରିବେଷଣ କରାଯାଇଥଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ କଳାକାର ଜୟକୃଷ୍ଣ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନାଟ୍ୟ ଗୁରୁ କାହ୍ନୁ ଚରଣ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସଭାପତି ବିଦ୍ୟାଧର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ