ପୂର୍ବତନ ବିଧାୟକଙ୍କ ପରଲୋକରେ ସ୍ତ୍ବଧ ସାନଖେମୁଣ୍ଡି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ଗଡର ରାଜା ସାହେବ ଡଃ ଉଦୟ ନାରାୟଣ ସିଂହ ଦେଓଙ୍କ ବିୟୋଗ ରେ ସ୍ତବ୍ଧ ସାନଖେମୁଣ୍ଡି l ସାନଖେମୁଣ୍ଡି ରାଜା ସାହେବ ଡକ୍ଟର ଉଦୟ ନାରାୟଣ ଦେଓଙ୍କ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି । ଡ଼କ୍ଟର ଉଦୟ ନାରାୟଣ ଦେବ ଙ୍କ ମୃତୁ ବେଳେକୁ ୮୪ ବର୍ଷ ହୋଇଥିଲା l ୨୧.୧୦.୧୯୩୫ ମସିହାରେ ରାଜା ନନ୍ଦ କିଶୋର ଦେବ ମାତା ହିରମାଳା ଦେବୀ ଙ୍କ ଠାରୁ ଉଦୟ ନାରାୟଣ ସିଂହ ଦେବ ଜନ୍ମ ଗ୍ରହଣ କରିଥିଲେ l ମାତ୍ର ଅଳ୍ପ ବୟସରେ ଉଦୟ ନାରାୟଣ ଦେବ ଅଭିଶପ୍ତ ହେଲେ l ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ହୋଇଥିଲେ l ପୁରୁଣା ମୋହନା ଆସନରୁ ୩ ଥର ବିଧାନ ସଭା କୁ ନିର୍ବାଚିତ ହୋଇଥିଲେ l ସେ ବିଧାୟକ ଥିବା ସମୟରେ ନିଜ ଅଞ୍ଚଳର ଲୋକଙ୍କ ପାଇଁ ବହୁ ଉନ୍ନୟନ ମୂଳକ କାଜ୍ୟ କରିଯାଇଛନ୍ତି l ତାଙ୍କର ମୋହନା ନିର୍ବାଚନ ମଣ୍ଡଳୀ ପ୍ରତି ଅବଦାନ ଅତୁଳନୀୟ l ସେ କେବଳ ବିଧାୟକ ନଥିଲେ ସେ ଜଣେ ପକ୍ଷୀ ପିସାରଦ ମଧ୍ୟ ଥିଲେ l ଭାବେ ରାଜାସାହେବ ମୋହନା ନିର୍ବାଚନ ମଣ୍ଡଳୀରୁ ଥରେ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ସେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପକ୍ଷୀ ବିଶେଷଜ୍ଞ ଭାବେ ବିଶ୍ଵ ରେ ଖ୍ୟାତି ଅର୍ଜିନ କରିଥିଲେ l ବାର୍ଡସ୍ ଅଫ୍ ଚିଲିକା, ବାର୍ଡ ୱାଚ୍, ବିହଙ୍ଗ ସଂହିତା, ପକେଟ ଡିକ୍ସନାରୀ ଅଫ୍ ବାର୍ଡ୍ସ୍ ଆଦି ବହୁ ପୁସ୍ତକ ସ୍ତମ୍ଭ ପ୍ରକାଶ କରିଛନ୍ତି। ପୃଥିବୀର ବିଭିନ୍ନ ଦେଶରେ ଓ ବିଭିନ୍ନ ରାଜ୍ୟରେ ଯେଉଁ ବିଭିନ୍ନ ପକ୍ଷୀ ରହିଥାନ୍ତି ସେହି ପକ୍ଷୀ ମାନଙ୍କ ଉପରେ ତାଙ୍କର ସନ୍ଧବ ଓ ଲେଖା ସାରା ବିଶ୍ଵର ପକ୍ଷୀ ବିଶାରଦ ମାନେ ତାଙ୍କ ନିକଟକୁ ଆସି ଆଲୋଚନା କରୁଥିଲେ l ତାଙ୍କ ଜୀବନ କାଳ ମଧ୍ୟରେ ମୋହନା ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଓ ଗଜପତି ଅଞ୍ଚଳରେ ଥିବା ଜନସାଧାରଣଙ୍କ ଅତି ପ୍ରିୟ ଥିଲେ ଓ ଜନସାଧାରଣ ଙ୍କ ବହୁ କାମ କରିଥିଲେ l ସେ କୃଷି ଶିକ୍ଷା ଜଳସେଚନ ସ୍ୱାସ୍ଥ୍ୟ କ୍ଷେତ୍ର ରେ ବହୁ ବିକାଶ ର କର୍ଣ୍ଣଧାର ସାଜିଛନ୍ତି, ମଠ ମନ୍ଦିର ଧର୍ମ ଅନୁଷ୍ଠାନ ର ପୁରୋଧା ମଧ୍ୟ ଥିଲେ l ନିକଟରେ ବିହଙ୍ଗ ସଂହିତା ନାମରେ ଏକ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ତାଙ୍କ ବିୟୋଗରେ ତାଙ୍କୁ ବିଧାନ ସଭା ପକ୍ଷରୁ ପୁଷ୍ପମାଲ୍ୟ ଦିଆଯାଇଥିଲା ଏବଂ ପୋଲିସ ପକ୍ଷରୁ ଗାର୍ଡ ଓଫ ହନର ଦିଆଯାଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଡକ୍ଟର ଉଦୟ ନାରାୟଣ ଦେଓ ଙ୍କ ମୃତ ଶରୀର ଗୁରୁବାର ସନ୍ଧ୍ୟାରେ ସାନଖେମୁଣ୍ଡି ରେ ପହଞ୍ଚିବା ପରେ ପ୍ରଥମେ ମୌଳାଭଞ୍ଜା ଛକ, ଡେଙ୍ଗାଓସ୍ତା ଛକ, ପୋଡାମାରି ଛକରେ ଅଟକାଇ ଗ୍ରାମବାସୀ ପୁଷ୍ପ ମାଳା ଅପର୍ଣ କରିଥିଲେ l ପୋଡାମାରି ଗ୍ରାମରେ ମୃତ ଶରୀର ପହଁଚିବା ପରେ ସ୍ଥାନୀୟ ଗ୍ରାମବାସୀ ପୁଷ୍ପମାଳା ଦେବା ସହ ହଜାର ହଜାର ଲୋକ ଙ୍କ ଦ୍ଵାରା ଗ୍ରାମ ପରିକର୍ମା କରିବା ପରେ ପୋଡ଼ାମାରି ରାଜଭବନ ରେ ପହଞ୍ଚିଥିଲେ ପରେ ଅନ୍ତିମ ସଂସ୍କାର କରାଯାଇଥିଲା l


