ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟକୁ ଜାତୀୟ ସମ୍ମାନ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ହିମାଳୟନ ସାଭିୟର୍ସ କାଙ୍ଗ୍ରା ହିମାଚଳ ପ୍ରଦେଶ ଦ୍ୱାରା ସହିଦ ଦିବସରେ ଆୟୋଜିତ ଏକ ଉତ୍ସବରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟକୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବଟି ମୁନିସପାଲିଟି ଗ୍ରାଉଣ୍ଡ କାଙ୍ଗ୍ରାଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ହିମାଚଳ ପ୍ରଦେଶର ସିନିୟର ଡ଼ିଭିଜନାଲ ମାଜିଷ୍ଟ୍ରେଟ୍ ସମର୍ପିତକୁ ରକ୍ତଦାନ ଶିବିର ଆୟୋଜନ ଓ ଜରୁରୀକାଳୀନ ପରିସ୍ଥିତିରେ ରକ୍ତଦାନ ପାଇଁ ବିଶିଷ୍ଟ ରକ୍ତବୀର ସମ୍ମାନ ପ୍ରଦାନ କରିଥିଲେ । ଏହି ଉତ୍ସବରେ ସାରା ଭାରତବର୍ଷର ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଗଂଠନମାନେ ଯୋଗ ଦେଇଥିଲେ । ଓଡ଼ିଶାରୁ ଏକମାତ୍ର ସଂଗଠନ ଭାବେ ସମର୍ପିିତ ଅନୁଷ୍ଠାନ ଏହି ସମ୍ମାନର ଅଧିକାରୀ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ