ଚର୍ଚ୍ଚାରେ ଦୀପିକାଙ୍କ ଶାଢ଼ି

ବଲିଉଡ୍ ନାୟିକା ଦୀପିକା ପାଦୁକୋନ୍ ଏବେ ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି । ହେଲେ ଏହାରି ଭିତରେ ବି ସେ ସମୟ ବାହାର କରି ତାଙ୍କ ବେଷ୍ଟ ଫ୍ରେଣ୍ଡ ଉର୍ବଶୀ କାଶୱାନୀଙ୍କ ବିବାହରେ ଯୋଗ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଦୀପିକା ତାଙ୍କ ସ୍ୱାମୀ ରଣବୀର ସିଂ ଓ ସାନ ଭଉଣୀ ଅନିଷା ପାଦୁକୋନଙ୍କ ସହ ମିଶି ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ଦୀପିକା ଏକ ଗାଲ୍ଡେନ୍ କଲର ଶାଢୀରେ ଖୁବ୍ ସୁନ୍ଦର ଲାଗୁଥିଲେ । ହେଲେ ବିବାହ ଉତ୍ସବରୁ ଫେରିବା ପରେ ଦୀପିକାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । କିଏ କହୁଛି ଦୀପିକା ବିବାହ ପରେ ଗରିବ ହୋଇ ଯାଇଛନ୍ତି ତ ଆଉ କିଏ କହୁଛି ଦୀପିକାଙ୍କ ପାଖେ ଆଉ ନୂଆ ଶାଢୀ ନାହିଁ । ଅସଲ ଘଟଣା ହେଲା କେବେବି ନିଜ ଡ୍ରେସ୍ ଅବା ଶାଢୀ ବାରମ୍ବାର ପିନ୍ଧିବାକୁ ଚାହୁଁ ନ ଥିବା ଦୀପିକା କୁଆଡେ ଉକ୍ତ ବିବାହ ଉତ୍ସବରେ ପୁରୁଣା ଶାଢୀ ପିନ୍ଧିଥିଲେ । ଅର୍ଥାତ୍ ସେ ତାଙ୍କ ବିବାହ ସମୟରେ ବେଙ୍ଗାଲୁରୁ ରିସେପଶନରେ ପିନ୍ଧିଥିବା ଶାଢିଟିକୁ କୁଆଡେ ସେଦିନ ବିବାହରେ ପିନ୍ଧି ଦେଇଥିଲେ । ହେଲେ ଏହାକୁ ନେଇ ଏପର୍ଯନ୍ତ ଦୀପିକା କିଛି କହି ନାହାଁନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ