ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଜୋନ୍‌-୨ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସିମାଲତା ସ୍ୱାଇଁ ଏହି ଜୋନ୍‌ରେ ଥିବା କୋରୁଅ, ଡାବର, ଡେରିକି, ଓଷକଣା, ନାଉଗାଁ ଆଦି ପଂଚାୟତରେ ଘର ଘର ବୁଲି ପ୍ରଚାର କରିଛନ୍ତି । ପ୍ରଚାରରେ ତାଙ୍କ ସହ ବିଜେପି ସମଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ସାମିଲ ହୋଇଥିବା ବେଳେ ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭିକାରୀ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ମାନସ ବିଶ୍ୱାଳ, ମଣ୍ଡଳ ସଂପାଦକ ବିଜୟ ଦାସ, ପବିତ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ସାମଲ, ଜ୍ଞାନରଂଜନ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନକାର ସେଠୀଙ୍କ ସହ ଅନ୍ୟ କର୍ମୀମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହିତ ବିକାଶ ଧାରାକୁ ଆଗେଇ ନେବା ପାଇଁ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଜେପି ସମଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ