୩୯ ଓ ୪୦ ନମ୍ବର ଜୋନରେ ପ୍ରଚାର କଲେ ବିଧାୟକ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଫେବୃଆରୀ ୧୬ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସୋମବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ୩୯ ଓ ୪୦ ନମ୍ବର ଜୋନାର ବେଲଗାଁ ଓ ଜା. ଡେଙ୍ଗାପଦର ପଞ୍ଚାୟତ ଏବଂ ବୁଢେଇଶୁଣି ପଞ୍ଚାୟତର ଲକ୍ଷ୍ମଣପଲ୍ଲୀ, ଗୋଠଳି ଓ ବୁଢେଇଶୁଣି ଗ୍ରାମରେ ନିର୍ବାଚନ ପ୍ରଚାର କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟ ନେଇ ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟ ରଖିବା ସହ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ଉପସ୍ଥାପନ କରିଥିଲେ । ଅଞ୍ଚଳର ବିକାଶ ପାଇଁ ବିଜୁ ଜନତା ଦଳର ୩୯ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଝୁନୁ ଦାଶ ଓ ୪୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ବିକ୍ରମ କୁମାର ନାୟକଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏଥିସହ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ମଧ୍ୟ ଭୋଟଦେଇ ଜୟଯୁକ୍ତ କରିବାକୁ ଭୋଟ ଭିକ୍ଷା କରିଥିଲେ ।


