ରାସ୍ତା କଡ଼କୁ ଓଲଟିଲା ମହିନ୍ଦ୍ରା ବୋଲେରୋ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗତ କାଲି ରାତିରେ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ବୋଲେରୋ ଓଲଟି ପଡିବା ଫଳରେ ଗାଡ଼ି ଚାଳକ ଆହତ ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଗତ କାଲି ରାତିରେ OD05AK6924 ନମ୍ବର୍ ବିଶିଷ୍ଟ ଏକ ମହିନ୍ଦ୍ରା ବୋଲେରୋ ପ୍ରତାପୁର ଅଞ୍ଚଳରୁ ଭଞ୍ଜନଗରକୁ ଗାଡ଼ି ସ୍ପେୟାର ପାର୍ଟ୍ସ୍ ଆଣିବା ପାଇଁ ଯାଉଥିଲା I କିନ୍ତୁ କୌଣସି କାରଣରୁ ଗାଡିଟି ଭାରସାମ୍ୟ ହରାଇ ଖଇରପୁଟି ଏବଂ ଗାଙ୍ଗପୁର ମଝିରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା I ଫଳରେ ଗାଡ଼ି ଚାଳକ ଶିବରାମ ବେହେରା ଆହତ ହୋଇଥିବା ବେଳେ କିଛି ସ୍ଥାନୀୟ ଲୋକେ ଶିବରାମକୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ