ଧାନକ୍ରୟ କରୁଛନ୍ତି ଏସଏଚଜି ମହିଳା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଧାନ କିଣା ପାଇଁ  ଏବେ  ଏସଏଚଜି ମହିଳା  ଗ୍ରୁପଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ପ୍ରଥମେ ନଗୁଆଁ ସମିତିରୁ ପ୍ରଶାସନ ଧାନ କ୍ରୟ କ୍ଷମତା ଛଡାଇ ନେବାପରେ ଏସଏଚଜି ମହିଳାଙ୍କ ହାତରେ ଧାନ କିଣା ପାଇଁ ଦାୟିତ୍ୱ ଦିଆଯାଇଥିଲା । ମହିଳା ମାନେ ଏହାକୁ ସୁଚାରୁରୂପେ ପରିଚାଳନା କରିବା ପରେ ଏବେ ଧୀରେ ଧୀରେ ଧାନ କ୍ରୟରେ ଏସଏଚଜି ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଗତବର୍ଷ ସୁଦ୍ଧା ୭ଗୋଟି ଏସଏଚଜି ଧାନକ୍ରୟ କରୁଥିବା ବେଳେ ଚଳିତ ବର୍ଷ ପୁଣି ତିନି ଗୋଟି ଗ୍ରୁପ ଧାନକ୍ରୟ କରୁଥିବା ଜଣାପଡିଛି । ସୂଚନା ଅନୁସାରେ ଧାନ କ୍ରୟ ନେଇ ସରସଦା ସମିତି ଠାରେ ବିଭିନ୍ନ କେଳେଙ୍କାରୀ ଆସିବା ପରେ ପ୍ରଶାସନ ତିନି ଗୋଟି ଏସଏଚଜି ଗ୍ରୁପକୁ ଧାନ କିଣିବା ପାଇଁ ଦାୟିତ୍ୱ ଅର୍ପଣ କରିଛନ୍ତି । ସମିତି ଅଧିନ କୁରିଗାଁ ଠାରେ ମା ବରୁଣେଶ୍ୱରୀ ଏସଏଚଜି ଗ୍ରୁପ ପକ୍ଷରୁ ସଭାନେତ୍ରୀ ଭାଗ୍ୟବତୀ ଧଳ ଓ ସମ୍ପାଦିକା ଅର୍ଣ୍ଣପୂର୍ଣା ନାୟକ ଏବେ ଧାନ କ୍ରୟ କରୁଥିବା ବେଳେ ନେନ୍ତିପୁର ଓ ପିରିପୁର ଠାରେ ଦୁଇ ଗୋଟି ଗ୍ରୁପ ଚାଷୀମାନଙ୍କ ଠାରୁ ଧାନକ୍ରୟ କରୁଛନ୍ତି । ଆସନ୍ତାବର୍ଷ ଧାନ କିଣାରେ ଏସଏଚଜି ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ