ସଭାପତିଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ପଦଯାତ୍ରା
କଟକ, (ଯୁଗାବ୍ଦ ନ୍ୟୁଜ) :ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି, ଓଡ଼ିଶା ରାଜ୍ୟ କମିଟିର ଜରୁରୀ ବୈଠକ ସଭାପତି ରମେଶ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଧାନ ପରିଷଦ ନଠନକୁ ବିରୋଧ କରି ସର୍ବସମ୍ମିତ ନିଷ୍ପତ୍ତି ନିଆଯାଇଛି । ସଭାପତି ରମେଶ ରାଉତଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହେବ ଏବଂ ବିଧାନ ପରିଷଦ ଗଠନକୁ ତୀବ୍ର ବିରୋଧ କରାଯିବ । ବିଧାନ ପରିଷଦ ଗଠନ ହେଲେ ବିଜୁ ଜନତା ଦଳ ସରକାର ଏବଂ ବିଜୁ ଜନତା ଦଳ ଓଡ଼ିଶାରୁ ନିଶ୍ଚିହ୍ନ ହୋଇଯିବ ବୋଲି ସଭାପତି ରମେଶ ରାଉତ କହିଛନ୍ତି । ଏହି ଆଲୋଚନରେ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ।


