ବିଜେଡିର ମିଶ୍ରଣପର୍ବ

ହାଟଡିହି, (ବିକାଶ ବିଶ୍ୱାଳ ) :ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ମାଟିଆମୁଣ୍ଡା ସାହିରେ ବିଜେଡିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ରୁ ଉର୍ଦ୍ଧ ପରିବାର କଂଗ୍ରେସଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏଥିଲାଗି ପଞ୍ଚାୟତ ବିଜେଡି ସଭାପତି ଶ୍ରୀକାନ୍ତ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ, ଷଡଙ୍ଗ ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ରାଉତ, ଅଶୋକ କୁମାର ଦାସ, ବାବୁଲି ପଟ୍ଟନାୟକ, ଅନାଥ ଚରଣ ଦାସ, ଶାରଙ୍ଗଧର ଦାସ, କାର୍ତ୍ତିକେୟ ଦାସ, ଗୋବିନ୍ଦ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ବେହେରା, ଧନଞ୍ଜୟ ଦାସ, ଗୋପବନ୍ଧୁ ଦାସ, ପ୍ରଫୁଲ ବେହେରା, ଚିନ୍ତାମଣି ସା, କାମିନି ବେହେରା, ମଦନ ସ୍ୱାଇଁ, ସରପଞ୍ଚ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଖଣ୍ଡେଇ ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କ ଜନହୀତକର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ଷଡଙ୍ଗ ପଞ୍ଚାୟତରେ ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ବିଜେଡି ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାନ କରିଥିବା ବେଳେ ସାଧାରଣ ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରୁଛନ୍ତି । ଏଣୁ ଚଳିତ ନିର୍ବାଚନରେ ବିଜେଡିକୁ ସ୍ୱତପୁର୍ତ୍ତ ଜନସମର୍ଥନ ମିଳୁଥିବାବେଳେ ବିମ୍ବାଧର ବିଶ୍ୱାଳଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରାଇବାକୁ ବିଧାୟକ ଶ୍ରୀଯୁକ୍ତ ସେଠୀ ନିବେଦନ କରିଥିଲେ । ଏହି ଅବସରରେ ଷଡଙ୍ଗ, ନସିରିପୁର, ଗାଁ ସମେତ ମାଟିଆମୁଣ୍ଡା ସାହିର ୪୦ରୁ ଉର୍ଦ୍ଧ ପରିବାର ବିଜେଡିରେ ସାମିଲ ହୋଇଥିଲେ । ବିଜେଡି କର୍ମକର୍ତ୍ତା ମାନେ ସେମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ