ପୌର ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ଉନ୍ମୋଚିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ପୌର ନିର୍ବାଚନ ନିମନ୍ତେ ପ୍ରାଥମିକ ଭାବେ ଭୋଟର ତାଲିକା ଉନ୍ମଚିତ ହୋଇଯାଇଛି । ଜିଲ୍ଲାନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣାଙ୍କ ଉପସ୍ଥିତରେ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ଭୋଟର ତ।।ଲିକାକୁ ବିଭିନ୍ନ ରାଜନୈତିକ ଦଳଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା । ଜାନୁୟାରି ୨୦୨୨ରେ ପ୍ରକାଶିତ ବିଧାନ ସଭା ଭୋଟର ତାଲିକାକୁ ଭିତ୍ତି କରି ପ୍ରାଥମିକ ଭୋଟର ତାଲିକା ପ୍ରକାଶନ କରାଯାଇଛି । ତାଲିକା ଗୁଡିକ ଉଭୟ କାଶୀନଗର ଏନ୍ଏସି ଓ ପାରଳାଖେମୁଣ୍ଡି ପୌର କାର୍ଯ୍ୟାଳୟରେ ପ୍ରକାଶ କରାଯାଇଛି । ଏହି ତାଲିକା ଆଜି ଶୁକ୍ରବାର ଠାରୁ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ସର୍ବସ। ।ଧାରଣ ତଥା ଏନ୍ଏସି ଓ ମ୍ୟୁନିସିପାଲିଟିର ଭୋଟର ମାନେ ଦେଖି ଯାଞ୍ଚ କରି ପାରିବେ । ଏହି ତାରିଖ ମଧ୍ୟରେ ଯଦି କୌଣସି ତ୍ରୁଟି, ଆପତ୍ତି ଆଦି ଥାଏ ତେବେ ବିଭାଗୀୟ କାର୍ଯ୍ୟାଳୟକୁ ଯାଇ ତ୍ରୁଟି ସଂଶୋଧନ ପାଇଁ ପ୍ରଦାନ କରାଯାଉଥିବା ବିଭିନ୍ନ ଫର୍ମ ମାଧ୍ୟମରେ ପୁନଃ ଆବେଦନ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି । ଉଲ୍ଲେଖିତ ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ଏନ୍ଏସିର ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଗୁଡିକର ପ୍ରତିନିଧିମାନେ ଉପସ୍ଥିତଥିଲେ ।


