ବିଇଓଙ୍କୁ ଭିଜିଲାନ୍ସ ଧରିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ନୁଆଗଡ ବ୍ଲକ ଶିକ୍ଷାଧୀକାରୀ ଜଣେ ଶିକ୍ଷକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥୁବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି । ଘଟଣାରୁ ପ୍ରକାଶ,ଏହି ଜିଲ୍ଲାର ନୁଆଗଡ ବ୍ଲକ ଶିକ୍ଷାଧୀକାରୀ ବ୍ରଜକୁମାର ନାୟକ ସେଠାେରେ କାର୍ଯ୍ୟରତ ଶିକ୍ଷକ କ୍ଷୀରୋଦ ନାୟକଙ୍କୁ ବିଭିନ୍ନ ହଇରାଣ କରିବା ସହ ଲାଞ୍ଚ ଦାବୀ କରିଆସୁଥିଲେ । ଏ ନେଇ ଶିକ୍ଷକ କ୍ଷୀରୋଦ ନାୟକ ଭିଜ୍ଲାନ୍ସର ଆଶ୍ରୟ ନେଇଥିଲେ । ପୁର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଜାଲ ବିଛାଇ ରହିଥିବା ବେଳେ ବିଇଓ ବ୍ରଜକୁମାର ନାୟକ ଶିକ୍ଷକ କ୍ଷୀରୋଦ ନାୟକଙ୍କ ଠାରୁ ଆଜି ଅପରାହ୍ନରେ ୩୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି । ଏହା ପରେ ଭିଜ୍ଲାନ୍ସ ଟିମ୍ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟ ସମେତ ପାରଳାଖେମୁଣ୍ଡି ଙଦୟନଗର ଠାରେ ଥିବା ବାସଭବନ ଠାରେ ଏକ କାଳୀନ ଚଢାଉ ଆରମ୍ଭ କରିଛନ୍ତି । ଭିଜିଲାନ୍ସର ଚଢାଉ ଓ ଅନୁଧ୍ୟାନ ଜାରି ରହିଥିବାରୁ ସମ୍ପୁର୍ଣ୍ଣ ତଥ୍ୟ ମିଳିପାରି ନାହିଁ । ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଦ୍ୱାରା ଏହି ଚଢାଉ ଜାରି ରହିଥିବା ସୁଚନା ମିଳିଛି ।


