ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି….

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୬ ଫେବୃୟାରୀ ତାରିଖ ଦିନ ଶେରଗଡ, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି, ଦିଗପହଣ୍ଡି ଏବଂ ପୋଲସରାର ଭୋଟଦାତାଗଣ ସକାଳ ୭ଘ. ଠାରୁ ଦିବା ୧ଘ.ମଧ୍ୟରେ ସେମାନଙ୍କର ବହୁମୂଲ୍ୟ ଭୋଟ୍ ପ୍ରଦାନ କରିବେ । ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହୋଇ ସାରିଛି । ଆଜି ସମସ୍ତ ପୋଲିଂ ପାର୍ଟି ସମସ୍ତ ସରଞ୍ଜାମ ଘେନି ସେମାନଙ୍କ ଭୋଟ ଗ୍ରହଣ କେନ୍ଦ୍ର ରେ ପହଞ୍ଚି ସାରିଛନ୍ତି । ଏଥି ନେଇ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ଙ୍କର ପ୍ରଥମ ମିଳିତ ସମନ୍ବୟ ବୈଠକ ଜିଲ୍ଲା ଓସ୍ବାନ ହଲ୍ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ପୋଲିସ୍ ଓ ପ୍ରଶାସନ ସମ୍ପୂ୍ଣ୍ଣ ସଜାଗ ରହିବାକୁ ପଡିବ । ପୂର୍ବ ଇତିହାସକୁ ଦୃଷ୍ଟିରେ ରଖି ବିଶୃଙ୍ଖଳା ପରିସ୍ଥିତି ନ ହେବାଭଳି ସମସ୍ତ ବ୍ୟବସ୍ଥାକୁ କଡାକଡି କରିବାକୁ କୁହାଯାଇଛି । ମିଳିତ ଚଢାଉ ହେବ । ରାତ୍ରୀକାଳୀନ ପେଟ୍ରୋଲିଂ କୁ କଡାକଡି କରାଯିବ । ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳ ପ୍ରତି ସତର୍କତାର ସହିତ ବ୍ୟାପକଦୃଷ୍ଟି ଦିଆଯିବ । ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଏବଂ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ କଡାକଡି ପଦକ୍ଷେପ ଗ୍ରହଣ କରାଯିବ । ମଦଦୋକାନ ଗୁଡିକ ନିର୍ବାଚନ ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ଏବଂ ଅବକାରୀ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ତତ୍ ସହିତ ଚଢାଉକାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟ ତଦାରଖ କରିବା ନେଇ ଆସିଥିବା ପର୍ଯ୍ୟବେକ୍ଷକ ତଥା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିରେନ୍ଦ୍ର କୁମାର କରକରା ଜଣାଇଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁନ୍ଦର ଓ ସୁଚାରୁ ରୂପେ ସମ୍ପାଦିତ ହୋଇଛି । ଏଣୁ ଜିଲ୍ଲା ପ୍ରଶାସନ ଧନ୍ୟବାଦର ପାତ୍ର । ନିର୍ବାଚନର ଆରମ୍ଭ ଠିକ୍ ରୂପେ ପରିଚାଳନା ହେଇ ପାରିଲେ ନିର୍ବାଚନ ମାଧ୍ୟମ ଏବଂ ପରବର୍ତ୍ତି ଶେଷ ପର୍ଯ୍ୟାୟ ସୂଚାରୁ ରୂପେ ସମ୍ପାଦିତ ହୋଇ ପାରିବ । ଅପ୍ରିତିକର ପରିସ୍ଥିତିକୁ ଏଡାଇବା ସକାଶେ ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କ ଉପରେ କଡା ନଜର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଅବଗତ କରାଇଛନ୍ତି । ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରଖି ଭୋଟଦାତାଗଣ କିଭଳି ବିନା ଦ୍ୱିଧାରେ ଭୋଟ ଦେବେ ସେଥି ସକାଶେ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟକୁ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ, ସେମାନଙ୍କ ପ୍ରତିନିଧି, ଯେଉଁ ମାନଙ୍କୁ ପାସ୍ ଦିଆଯାଇଛି କେବଳ ସେହିମାନେ ହିଁ ପ୍ରବେଶ କରିପାରିବେ । ଭୋଟଦାତାଗଣ ନିଜ ପରିଚୟ ପତ୍ର ଘେନି ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେବେ । ଏତଦ୍ବ୍ୟତୀତ ଅନ୍ୟ କାହାରିକୁ ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ବାରଣ କରାଯାଇଛି । ସାମ୍ବାଦିକଗଣ ଭୋଟଗ୍ରହଣ କେନ୍ଦ୍ରର ପରିଧି ମଧ୍ୟକୁ ପ୍ରବେଶ ନକରି କେବଳ ବାହାରେ ଥାଇ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିପାରିବେ । ଭୋଟକୁ ସୁଚାରୁ ରୂପେ ସମ୍ପାଦନ ସକାଶେ ସହଯୋଗ କରିବା ନିମନ୍ତେ ସମସ୍ତଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଥିକାରୀ ଅନୁରୋଧ କରିଛନ୍ତି । ପାଞ୍ଚଟି ବ୍ଲକ୍ ରେ ହେଉଥିବା ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୧୬ଟି ଗ୍ରାମ ପଞ୍ଚାୟତ ନିମନ୍ତେ ୧୧୬ ସରପଞ୍ଚ ଓ ୧୧୬ ସମିତି ସଭ୍ୟ/ସଭ୍ୟା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଉଛି । ୧୬ ଗୋଟି ଜିଲ୍ଲା ପରିଷଦ ଜୋନ୍ ସକାଶେ ସମୁଦାୟ ୧୬୪୫ଗୋଟି ବୁଥ୍ ପ୍ରସ୍ତୁତ ହୋଇଛି । ଭୋଟ୍ ସଂଗ୍ରହ ସକାଶେ ୧୬୪୫ ଗୋଟି ପୋଲିଂ ପାର୍ଟି ସମୁଦାୟ ୫୬୭୭୫୬ ଭୋଟରଙ୍କ ଠାରୁ ଭୋଟ୍ ସଂଗ୍ରହ କରିବା ନିମନ୍ତେ ସ୍ଥିର ହୋଇଛି । ୧୪୬ଗୋଟି ବୁଥ୍ କୁ ଅତ୍ୟଧିକ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଥିବା ସ୍ଥଳେ ୧୭୮ଗୋଟି ବୁଥ୍ କୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ୍ ଗୁଡିକରେ ପୂର୍ଣ୍ଣମାତ୍ରାରେ ଭିଡିଓ ଉତ୍ତୋଳନ ହେବାର ବ୍ୟବସ୍ଥା ହୋଇଛି । ପାତ୍ରପୁର ବ୍ଲକ୍ ର ୧୬ ଗୋଟି ବୁଥ୍ ଅତି ଦୁର୍ଗମ ଅଞ୍ଚଳରେ ରହିଛି । ୧୭ ଗୋଟି ଅସ୍ଥାୟୀ ବୁଥ୍ ନିର୍ମାଣ କରାଯାଇଛି । ମହିଳା ମାନଙ୍କ ଭୋଟ ସକାଶେ ୫ ଗୋଟି ମହିଳା ବୁଥି ପ୍ରଥମ ଥର ପାଇଁ ଖୋଲାଯାଇଛି । ଏହି ମହିଳା ବୁଥ୍ ଗୁଡିକ ୫ ଗୋଟି ବ୍ଲକ୍ ର ବ୍ଲକ୍ ହେଡ କ୍ବାର୍ଟରରେ ଖୋଲାଯାଇଛି । ଯେଉଁଥିରେ ସମସ୍ତ ପୋଲିଂ ଅଧିକାରୀ ଏବଂ ପୋଲିସ୍ କର୍ମୀ ମହିଳା ଗଣ ନିୟୋଜିତ ଅଛନ୍ତି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ, ପୋଲିସ୍ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ଅବକାରୀ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ