ବିଜେଡି ପକ୍ଷରୁ ଚାଲିଛି…
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ବିଜେଡି ପ୍ରତି ଲୋକଙ୍କ ସମର୍ଥନ ଜୁଟାଇବା ପାଇଁ ବିଜ ବିଭିନ୍ନ ଜୋନକୁ ଯାଇ ରାଇରଙ୍ଗପୁରର ପ୍ରତିଷ୍ଠିତ ବରିଷ୍ଠ ଡ଼ଃ ଟି.କେ. ଗୁପ୍ତାଙ୍କ ଟିମ ମାଗଣା ଚିକିସ୍ଥା କ୍ୟାମ୍ପ କରି ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟସ୍ଥା ଯାଞ୍ଚ ସହ ମାଗଣାରେ ବିଭିନ୍ନ ଟେଷ୍ଟ କରାଯାଉଛି ! ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଧେଶ କ୍ରମେ ଡ଼ଃ ଟିକେ ଗୁପ୍ତା ରାଇରଙ୍ଗପୁରର ୪୫ ନମ୍ବର ଜୋନ ଭାଲୁବସା ଛକ ଠାରେ ଏକ ମାଗଣା ଚିକିସ୍ଥା କ୍ୟାମ୍ପ କରିଥିଲେ ! କ୍ୟାମ୍ପରେ ମୋଟ ୧୧୫ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ବ୍ୟସ୍ଥା ଯାଞ୍ଚ କରାଇଥିଲେ ! ସେହିପରି ଜାମଦା ବ୍ଲକର ୧୬ ନମ୍ବର ଜୋନ ବଡ ଦୁନ୍ଦୁ ଗ୍ରାମଠାରେ ୧୩୨ଜଣ ରୋଗୀଙ୍କୁ ମାଗଣା ଯାଞ୍ଚ କରିବା ସହ ଚିକିସ୍ଥା ପ୍ରତିଶୃତି ଦିଆଯାଇଥିଲା ! ଯେଉଁ ରୋଗୀମାନେ କ୍ୟାମ୍ପ ଆସି ପାରିନଥିଲେ ଡ଼ଃ ଟି.କେ. ଗୁପ୍ତା ନିଜେ ଘରକୁ ଘର ଯାଇ ଲୋକଙ୍କୁ ସ୍ୱାସ୍ଥ୍ୟବ୍ୟସ୍ଥା ଯାଞ୍ଚ କରିଥିଲେ ! ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ବ୍ୟସ୍ଥା ଠିକ ନ ହେବା ଯାଏ ଫ୍ରି ରେ ଡ଼ାକ୍ତରଙ୍କ ପରାମର୍ଶ ଓ ମାଗଣା ପରୀକ୍ଷା କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ! ଡ଼ଃ ଟି. କେ. ଗୁପ୍ତାଙ୍କ ଟିମରେ ବିଜେଡିର ଯୁଗ୍ମ ରାଜ୍ୟ ସମ୍ପାଦକ ଗଣେଶ ମିଶ୍ର , ବିଜେଡି ସଂଖ୍ୟାଲଘୁ ସେଲର ଜିଲ୍ଲା ସଭାପତି ଏସକେ ସାମିମ , କ୍ରିଷ୍ଣା ଶର୍ମା ,ବିଜେଡି ସଂଖ୍ୟାଲଘୁ ସେଲର ଜିଲ୍ଲା ଉପ ସଭାପତି ମହମ୍ମଦ ଭୁଟ , ଯୁବନେତା ରେବୁଲ ଖାଁ , ରାଜୁ ମହାନ୍ତ ପ୍ରମୁଖ ବିଭିନ୍ନ ଅଂଚଳରେ କ୍ୟାମ୍ପ କରି ଓ ଘରକୁ ଘର ଯାଇ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି !


