ବାଲିଆପାଳ-ବସ୍ତାର ୩,୩୮୯ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା) : ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବାଲେଶ୍ୱର ଜିଲାର ବସ୍ତା ଓ ବାଲିଆଳ ବ୍ଳକର ମୋଟ ୮୪୯ ବୁଥରେ ମତଦାନ ହେବ । ଦୁଇ ବ୍ଲକ ଅନ୍ତର୍ଗତ ୪ଗୋଟି ଜିଲା ପରିଷଦ ଜୋନ ତଥା ୫୯ଟି ଗ୍ରାମ ପଞ୍ଚାୟତର ୮୪୯ ଗୋଟି ୱାର୍ଡ଼ର ୩ ଲକ୍ଷ ୧୦ ହଜାର ୫୦୧ ଜଣ ଭୋଟର ମତଦାନ କରିବେ । ଦୁଇ ବ୍ଳକର ୩୦ ଜଣ ଜିଲା ପରିଷଦ ସଦସ୍ୟ ପ୍ରାର୍ଥୀ, ୧୮୩ ଜଣ ସମିତି ସଭ୍ୟ ପ୍ରାର୍ଥୀ, ୨୨୧ ଜଣ ସରପଞ୍ଚ ପ୍ରାର୍ଥୀ ଓ ୧୯୫୫ ଜଣ ୱାର୍ଡ଼ସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ମୋଟ ୮୪୯ ବୁଥ ମଧ୍ୟରୁ ଏଠାରେ ୫ ଗୋଟି ଗୋଲାପୀ ବୁଥ ସ୍ଥାପନ କରାଯାଇଛି । ଯେଉଁଠାରେ ପ୍ରିଜାଇଡିଂ ଅଧିକାରୀ, ପୁଲିଂ ଅଧିକାରୀ ଏମିତିକି ପୁଲିସ କର୍ମୀ ପର୍ଯ୍ୟନ୍ତ, ସମସ୍ତେ ମହିଳା ବର୍ଗର ଅଟନ୍ତି । ଅନ୍ୟପକ୍ଷରେ ମତଦାନ କାର୍ଯ୍ୟ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ୨,୮୦୨ ଜଣ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପରେ ବସ୍ତା ବ୍ଲକର ଆଇସିଡିଏସ ଅଫିସ ଓ ବାଲିଆପାଳ ପଞ୍ଚାୟତ ଅଫିସ ଷ୍ଟ୍ରଂ ରୁମରେ କଡ଼ା ନିରାପତ୍ତା ବଳୟରେ ବ୍ୟାଲଟ ବାକ୍ସ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ