ବାରଣ୍ଡାରେ ପଡି ଖତ ଖାଉଛି : ବିଭାଗ ନିଦ୍ରାରେ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ କାର‌୍ୟ୍ୟାଳୟର ବିଭାଗୀୟ ଉଦାସୀନତା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଡିଜିଟାଲ ରଂଜନ ରଶ୍ମି ଯନ୍ତ୍ର ଡାକ୍ତରଖାନା ବାରଣ୍ଡାରେ ପଡି ଖତ ଖାଉଛି ।ମେସିନ କଳଙ୍କି ଲାଗିଲାଣି । ସୂଚନାଯୋଗ୍ୟ ଯେ ଜିଲ୍ଲାର ସଦର ମହକୁମା ବାରିପଦାଠାରୁ ସିମାନ୍ତ ତିରିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ୧୩୫କିମି ଦୂରରେ ଅବସ୍ଥିତ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ୭ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଂଚଳର ଜନସାଧାରଣ ଏବଂ ପଡୋଶୀ ଝାଡଖଣ୍ଡ ରାଜ୍ୟର ରୋଗୀମାନେ ଚିକିତ୍ସା ସେବା ପାଇଁ ନିର୍ଭର କରନ୍ତି । ଉପଖଣ୍ଡ ଦେଇ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ରତ୍ୟହ ଶହ ଶହ ଗାଡି ଲୁହାପଥର ସହ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରିଥାନ୍ତି ।ପ୍ରତ୍ୟହ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ସରକାରୀ ଚିକିତ୍ସାଳୟକୁ ପଠାଯାଇଥାଏ ।ଫଳରେ ଆଦିବାସୀ ଅଧ୍ୟୁଷିତ ଗରୀବ ଜନସାଧାରଣ ନିଜର ସଂପର୍କୀୟ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇବା ନିମନ୍ତେ ନେବାରେ ଅକ୍ଷମ ହୋଇଥାନ୍ତି ।ଶେଷରେ ରୋଗୀକୁ ନିଜ ଘରକୁ ଫେରାଇ ନେଇଥାନ୍ତି ଓ ଜଡ଼ିବୁଟି ଚିକିତ୍ସା କରିଥାନ୍ତି ।ଏହାକୁ ଲକ୍ଷ୍ୟ କରି ଲକ୍ଷ ଲକ୍ଷ ଟଙ୍କାରେ ଏକ ଡିଜିଟାଲ ଏକ୍ସ ରେ ରାଇରଙ୍ଗପୁର ହସ୍ପିଟାଲ ପାଇଁ କ୍ରୟ କରାଯାଇଛି । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଉକ୍ତ ମେସିନଟି ଦିର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେଲା କିଣା ହୋଇ ଡାକ୍ତରଖାନା ବାରଣ୍ଡାରେ ରଖାଯାଇଛି ।ବିଭାଗୀୟ ଉଦାସୀନତା ଏବଂ ସ୍ଥାନ ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ।ଯାହାଫଳରେ ରୋଗୀମାନେ ଏହାର ହେବାରୁ ବଂଚିତ ହେଉଛନ୍ତି ବୁଦ୍ଧିଜୀବୀ ମହଲରେ ଏବଂ ରୋଗୀଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ