ଓଲଟିଲା ପିକଅପ ଭ୍ୟାନ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କାନକଟା ଘାଟିରେ ଓଲଟିଲା ମ୍ୟାକ୍ସ ପିକଅପ।ଭ୍ୟାନ । ଫଳରେ ଭଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ବସ୍ତା ଗୁରୁତର ଥିବାରୁ ପ୍ରଥମେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇ ଥିଲା । ଆହତ ମାନଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରି ପଠାଇଦିଆ ଯାଇଛି ଘଟଣା ସ୍ଥଳରେ ମୃତ ହୋଇଥିବା ବେକ୍ତି ଙ୍କ ପରିଚୟ ମିଳିପାରିନି ଏମାନେ ସମସ୍ତେ ମୋହନା ଥାନା ଡ଼ରାବ ଗାଁର ବୋଲି ଜଣାପଡିଛି । ଗାଁର ଏକ ଭୋଜି ସାରିଏକ ମେକ୍ସ ପିକାପ ଗାଡ଼ି ନଂ ଓ ଆର ୦୭କିୟ ୫୩୮୯ଯୁଗେ ଝିଅକୁ ପରିବାର ଲୋକେ ଗଂଜାମ ଜିଲ୍ଲା ପଂକାଳ ଗାଁକୁ ମାଉସୀ ଘର କୁ ଛାଡିବାକୁ ଯାଉଥିବା ବେଳେ ଭରସମ୍ୟ ହରାଇ ଘାଟିରେ ଦୁର୍ଘଟଣା ଗସ୍ତ ହୋଇଛି । ପୋଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ରହ୍ମପୁର କୁ ସ୍ଥାନାନ୍ତର ହୋଇଥିବା ବେକ୍ତି ମାନଙ୍କ ମଧ୍ୟରୁ ଜଣକ ମୃତ ଘଟିଛି ଚିକିତ୍ସା ଅଧିନସ୍ତ ରେ ସେ ହେଲେ ଘନଶ୍ୟାମ ବେହେରଦଳାଇ(୪୫)ବୋଲି ଡାକ୍ତର ଉଲ୍ଲାସ ରାଉତ କହିଛନ୍ତି । ଖବର ପ୍ରସାରଣ ହେବା ସୁଦ୍ଧା ପ୍ରଥମ ମୃତ ବରଣ କରିଥିବା ବେକ୍ତି ଙ୍କ ପରିଚୟ ନ ମେଳିଥିବାରୁ ତାଙ୍କ ଶବ କୁ ଚନ୍ଦ୍ରଗିରି ମେଡ଼ିକାଲ ରେ ରଖା ଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ