ପୁରୁଷୋତମପୁର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ କୃତିତ୍ୱ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ଶ୍ୟାମସୁନ୍ଦରପୁର ଗ୍ରାମପଂଚୟତ ଅନ୍ତର୍ଗତ ପୁରୁଷୋତମପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ପଠାଣିସାମନ୍ତ ମେଧା ବୃତି ଏବଂ ୩ୟ ଓ ୫ମ ବୃତି ପରୀକ୍ଷାରେ କେନ୍ଦ୍ରାପଡା ବ୍ଲକରୁ ଯଥାକ୍ରମେ ଅଭିପ୍ସା ପରିଡା, ସୈାମ୍ୟରଞ୍ଜନ ସ୍ୱାଇଁ, କ୍ଷଣପ୍ରଭା ଦାସ, ସ୍ୱାଧୀନ କୁମାର ସାହୁ, (୬ଷ୍ଠ ପଠାଣି ସାମନ୍ତ ବୃତିରେ)ମନସ୍ୱୀ ଦାସ,ଅପୂର୍ବାନାରାୟଣୀ ପତି, ରୋନିତ ରାଉତ,ଅଙ୍କିତା ଜେନା (୫ମ)ପିୟୁଷ ମହାନ୍ତି, ବିନିତ କୁମାର ଷଡଙ୍ଗୀ,ଅଙ୍କିତାକ୍ରାନ୍ତୀ ଭୋଳ, ଓ ନନ୍ଦିନୀ ଜେନା(୩ୟ)କୃତିତ୍ୱ ହାସଲ କରିଥିବା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରଞ୍ଜନ କୁମାର ମଲ୍ଲ ସୂଚନା ଦେଇଛନ୍ତି । ଏହି କୃତିତ୍ୱରେ ଶିଶୁମନ୍ଦିରର ଗୁରୁଜୀ,ଗୁରୁମା ଓ ଛାତ୍ରାଭିଭାବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।