ସମବାୟ ସମିତିର ପୂର୍ବତନ ସଭାପତିଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋ ସେବା ସମବାୟ ସମିତିର ପୂର୍ବତନ ସଭାପତି ତଥା ତେଲିସାହି ଗ୍ରାମର ତପୁ ନାୟକ(୫୮)ଙ୍କର ଗତ ଗୁରବାର ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ବଡ ପୁତୁରା ତଥା ଟିଲୋ ପଞ୍ଚାୟତର କଂଗ୍ରେସ ସଭାପତି ଇଂ.ସୁଧାଂଶୁ ନାୟକ, ଏକମାତ୍ର ପୁଅ, ୪ ଝିଅ, ଭଉଣୀ, ଭିଣୋଇଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ଟିଲୋ ସରପଞ୍ଚ ନିହାରିକା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପୂର୍ବତନ ସରପଞ୍ଚ ବିଜୟ ନାୟକ, ସମାଜସେବୀ ସଂଗ୍ରାମ କେଶରୀ ଜେନା, ସୁବାଷ ଦାସ, ଲାଲା ସ୍ୱାଇଁ, ବରୁଣ ନାୟକ, ବାବୁଲା ପୃଷ୍ଟି, ପରମାନନ୍ଦ ନାଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ମରଶରୀରକୁ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତ୍ର ଗୁଡ୍‌ଲୁ ମୁଖାଗ୍ନି ଦେଇଥିଲେ । ସେ ଟିଲୋ ସେବା ସମବାୟ ସମିତିର ପୂର୍ବତନ ସଭାପତି, ପାଣି ପଞ୍ଚାୟତର ପୂର୍ବତନ କୋଷାଧ୍ୟକ୍ଷ ଓ ଟିଲୋ ଅଞ୍ଚଳର ଜଣେ ଜଣାଶୁଣା ଠିକାଦାର ଥିଲେ । ସେ ୩ ଦଶନ୍ଧି ଧରି ଜନତା ଦଳ ଓ ବିଜୁ ଜନତା ଦଳରେ ସକ୍ରିୟ କାର୍ଯ୍ୟ କରିଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ