ଭୋଟ ଗଣତିର ପ୍ରଥମ ଦିନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ କଲେଜ ପରିସରରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ ଗଣତିରେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ ବାଜିମାତ କରିଛନ୍ତି । ୨୨ନଂ ଜିଲ୍ଲା ପରିଷଦ ଜୋନ ବିଜେଡି ସମର୍ଥିତ ପ୍ରାର୍ଥୀ ବଦ୍ରିନାରାୟଣ ରାଉତ ନିକଟତମ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଭାରତୀଙ୍କୁ ୩୫୬୦ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିଭଳି ଉକ୍ତ ଜୋନ ଅଧିନ ରାମଚନ୍ଦ୍ରପୁର, ନେରଡ଼ା, ତେସିଙ୍ଗା, ସାନଶାସନ ଓ ଝୁଟୁଣା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀ ମାନେ ବିଜୟଲାଭ କରିଛନ୍ତି । ଏହାଛଡା ନାଆମୀ ପଞ୍ଚାୟତରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ହୋଇଥିବା ବେଳେ ରାଜେନ୍ଦ୍ରପୁର ଓ ବନ୍ଦାଳୋ ମଢ଼ିଆଳି ପଞ୍ଚାୟତ ଠାରେ କଂଗ୍ରେସ ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ବିଜୟୀ ହେବା ସହ ଏଠାରେ ସରପଞ୍ଚ ଦୁଇଟି ବିଜେଡି ସମର୍ଥନରେ ଜୟ ଲାଭ କରିଛନ୍ତି । ଆଜି ଦ୍ୱିତୀୟ ଦିନ ବ୍ଲକର ୨୩ନଂ ଜୋନରେ ଶାନ୍ତିଶୃଙ୍ଖଳାର ସହିତ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ ଆଗରେ ରହିଥିବା ଜଣାପଡିଛି । ସେହିଭଳି ଜୋନ ଅଧିନ ପାଞ୍ଚ ଗୋଟି ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଆଗୁଆ ରହିଥିବା ବେଳେ ଦୁଇଟିରେ ବିଜେପି ଓ ଗୋଟିଏରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଆଗରେ ରହିଥିବା ଜଣାପଡିଛି ।


