ଧାନମଣ୍ଡି ପରିଦର୍ଶନ କଲେ ବରିଷ୍ଠ ଅଧିକାରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ଧାନ ମଣ୍ଡିକୁ ବରିଷ୍ଠ ଅଧିକାରୀ ମାନେ ପରିଦର୍ଶନ କରିଥିବା ଜଣାପଡ଼ିଛି । ରାଜ୍ୟ ଯୋଗାଣ ଓ ସମବାୟ ବିଭାଗ କମିଶନର କାର୍ଯ୍ୟାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଥମେ ସରସଦା ଠାରେ ପହଁଚି ଏସଏଚଜି ଦ୍ୱାରା ପରିଚାଳିତ ଧାନ ମଣ୍ଡିକୁ ବୁଲି ଦେଖିଥିଲେ । ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ ସହକାରୀ ଅଧିକାରୀ ଶରତ ବେହେରା ଓ ସମବାୟ ବିଭାଗ ପ୍ରଶାସନିକ ଅଧିକାରୀ ସତ୍ୟପ୍ରକାଶ ସେଠୀଙ୍କ ନେତୃତ୍ୱରେ ଦୁଇ ଅଧିକାରୀ ମଣ୍ଡି ପରିଦର୍ଶନ କରି ଗୋଦାମ ଗୃହ, ଓଜନ ମାପ ଓ ଶସ୍ୟ ମାନ ନିର୍ଦ୍ଧାରଣ ଉପରେ ଅନୁଧ୍ୟାନ କରିଥିଲେ। ସରସଦା ସମେତ ରାମଚନ୍ଦ୍ରପୁର ଓ ବୟାବନାପୁର ପ୍ରମୁଖ ସ୍ଥାନର ଏସଏଚଜି ମଣ୍ଡି ବୁଲିବା ସହ ସମବାୟ ବିଭାଗ ଦ୍ଵାରା ପରିଚାଳିତ ମଣ୍ଡି ମଧ୍ୟ ଦେଖିଥିଲେ । ଏହାପରେ ଅଧିକାରୀ ଗଣ ଭଦ୍ରକ ଯାଇ ବିଭିନ୍ନ ଧାନ କ୍ରୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ