୧୪ ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ : ଆଜିର ମତଗଣନାରେ ମଧ୍ୟ ବିଜେଡି ଆଗୁଆ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ୫ଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଗତ ୨୬ତାରିଖ ଠାରୁ ତିନୋଟି ପର୍ଯ୍ୟାୟରେ ମତ ଗଣନା ଆରମ୍ଭ ହୋଇଥିବା ବେଳେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗଣତି ଜାରିରହିଛି । ୨ପର୍ଯ୍ୟାୟରେ ମୋଟ୧୪ଗୋଟି ଜିଲ୍ଲାପରିଷଦ ଆସନରୁ ୧୩ଗୋଟିର ଫଳାଫଳ ଘୋଷଣା ହୋଇଯାଇଛି । ଅବଶିଷ୍ଟ ଆଉ ଗୋଟିଏରେ ଆଜି ଗଣନା ଜାରି ରହିଛି । ଦୁଇଟି ପର୍ଯ୍ୟାୟରେ ୧୩ଗୋଟି ଜିଲ୍ଲାପରିଷଦ ଆସନରୁ ୧୦ଗୋଟିରେ ବିଜେଡି, ଗୋଟିଏରେ କଂଗ୍ରେସ ଏବଂ ଗୋଟିଏ ବିଜେପିକୁ ଯାଇଛି । ବିଜେଡି ଦଖଲ କରିଥିବା ୧୦ ଗୋଟି ଜିଲ୍ଲାପରିଷଦ ଜୋନ୍ ହେଲା ଯଥା କାଶୀନଗର ଜୋନ୍ ୧, ରେ ଆର୍.ରାଜଲକ୍ଷ୍ମୀ ବିଜୟ ଲାଭ କରିଥିବା ବେଳେ କାଶୀନଗର ବ୍ଲକର ଜୋନ୍ ୨ରେ ଜି. ତିରୁପତି ରାଓ, ଗୁମ୍ମା ବ୍ଲକର ଜୋନ୍ ୪ରେ ସନ୍ଧ୍ୟା ଶବର, ଗୋଷାଣୀ ବ୍ଲକର ଜୋନ୍ ୬ରେ ଏସ୍. ବାଲାରାଜୁ ଓଜୋନ୍ ୭ରେ ନଳାବତୀ ପାରିଗା, ମୋହନା ବ୍ଲକର ଜୋନ୍ ୮ରେ କୁନ୍ତଳା ମଳିକ ଓ ଜୋନ୍ ନଂ ୯ରେ ଚନ୍ଦ୍ରକୁମାର ମଳିକ, ଆର୍.ଉଦୟଗିରି ବ୍ଲକର ଜୋନ୍ ୧୧ରେ ଯମୁନା ଦଳବେହେରା, ରାୟଗଡ ବ୍ଲକର ଜୋନ୍ ନଂ. ୧୩ରେ ଗୌତମୀ ଜାନୀ ଓ ଜୋନ୍ ନଂ. ୧୩ରେ ପିତାମ୍ବର ନାୟକ ବିଜୟୀ ହୋଇଛନ୍ତି । ସେହିପରି ଗୁମ୍ମା ବ୍ଲକର ଜୋନ୍ ୩ରେ କଂଗ୍ରେସ ପ୍ରାର୍ଥିନୀ ରେଣୁକା ପାତ୍ର ବିଜୟ ହାସଲ କରିଥିବା ବେଳେ ଆର୍.ଉଦୟଗିରି ବ୍ଲକର ଜୋନ୍ ନଂ. ୧୨ରେ ବିଜେପିର ଦଣ୍ଡପାଣି ବଡମୁଣ୍ଡି ବିଜୟ ହାସଲ କରିଥିବାର ଜଣାପଡିଛି । ଆଜି ମୋହନା ବ୍ଲକର ଜୋନ୍ ନଂ. ୧୦ରେ ମତଗଣନା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମଧ୍ୟ ବିଜେଡି ଦଳ ବେଶ ଆଗୁଆରେ ଥିବାର ଜଣାପଡିଛି । ଯଦି ଏହାର ଫଳାଫଳକୁ ମିଶାଇଲେ ଜିଲ୍ଲାପରିଷଦରେ ୧୧ଗୋଟି ଆସନ୍ତ ଅକ୍ତିଆରକରିବ ।


