୬ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀନୀ ବିଜୟୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ସୋମବାର ସକାଳେ ପ୍ରକାଶ ପାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ବ୍ଲକ ୬ନମ୍ବର ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀନୀ ନିର୍ମଳା ମହାନ୍ତି ବିଜୟୀ ହୋଇଛନ୍ତି । ନିର୍ମଳା ମୋଟ ୧୪ହଜାର ୦୫୯ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରଶ୍ମିତା ପଣ୍ଡାଙ୍କୁ ୫ହଜାର ୨୮୬ ଭୋଟ ମିଳିଛି । ନିର୍ମଳା ୮ହଜାର ୭୭୩ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ଜୋନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀନୀ ରଶ୍ମିତା ପଣ୍ଡା ୪ହଜାର ୫୦୮ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଏହି ଜୋନଟିରେ ପୂର୍ବ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଚଳିତ ଥର ବିଜେଡି ସେହି ଜୋନଟିକୁ ବିଜେପି ହାତରୁ ଛଡାଇ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ