କେନ୍ଦ୍ରାପଡ଼ା ପୈାରାଞ୍ଚଳର ୧୩ନଂ ୱାର୍ଡରେ ଅସଲମଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରନିର୍ବାଚନ ଆଗକୁ ହେବାକୁ ଯାଉଥିବା ବେଳେ ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ ବହୁ ଆଶାୟୀ କାଉନସିଲର ପ୍ରାର୍ଥୀ ବାହାରିଥିବା ଦେଖାଦେଇଛି । ଏହି ପୈାର ନିର୍ବାଚନ ପାଇଁ ସେମାନେ ସରକାରୀ ଦଳରୁ ଟିକେଟ ପାଇବାକୁ ଲବି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ରାପଡା ପୈାରାଞ୍ଚଳରେ ଆଶାୟୀଙ୍କ ତାଲିକା ଧିରେ ଧିରେ ବଢିବାରେ ଲାଗିିଛି । କିନ୍ତୁ ଏହି ପୈାରାଞ୍ଚଳର ୧୩ନଂ ୱାର୍ଡରେ ପ୍ରାର୍ଥୀ ହେବା ପାଇଁ ସେକ ଅସଲମଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଯୁବନେତା ଭାବେ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ କରି ଅସଲମ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜୁଜନତା ଦଳ ପୈାରାଞ୍ଚଳର ଯୁବ ସମ୍ପାଦକ ଥିବା ସେକ ଅସଲମ ଜଣେ ପରୋପକାରୀ ଯୁବନେତା ଭାବେ ବିଗତ ଦିନରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ସାମିଲ ହୋଇଛନ୍ତି । କୋଭିଡ-୧୯ ସମୟରେ ସେ ଲୋକମାନଙ୍କୁ ମାଶ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ଭଳି ସହାୟତା ଯୋଗାଇ ଦେଇ ଲୋକଙ୍କ ନିକଟତର ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ