କେନ୍ଦ୍ରାପଡ଼ା ପୈାରାଞ୍ଚଳର ୧୩ନଂ ୱାର୍ଡରେ ସେକ ଅଇନୁଲଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରନିର୍ବାଚନ ଆଗକୁ ହେବାକୁ ଯାଉଥିବା ବେଳେ ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ ବହୁ ଆଶାୟୀ କାଉନସିଲର ପ୍ରାର୍ଥୀ ବାହାରିଥିବା ଦେଖାଦେଇଛି । ଏହି ପୈାର ନିର୍ବାଚନ ପାଇଁ ସେମାନେ ବିଜୁ ଜନତା ଦଳରୁ ଟିକେଟ ପାଇବାକୁ ଲବି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ରାପଡା ପୈାରାଞ୍ଚଳରେ ଏହି ଆଶାୟୀଙ୍କ ତାଲିକା ଧିରେ ଧିରେ ଲମ୍ବିବାରେ ଲାଗିିଛି । କିନ୍ତୁ ଏହି ପୈାରାଞ୍ଚଳର ୧୩ନମ୍ବର ୱାର୍ଡରେ ପ୍ରାର୍ଥୀ ହେବା ପାଇଁ ସେକ ଅଇନୁଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଯୁବନେତା ଭାବେ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ କରି ଅଇନୁଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେକ ଅଇନୁଲ ଜଣେ ପରୋପକାରୀ ଯୁବନେତା ଭାବେ ବିଗତ ଦିନରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ସାମିଲ ହୋଇଛନ୍ତି । କୋଭିଡ ସମୟରେ ସେ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ପ୍ରଭୃତି ପ୍ରଦାନ ଭଳି ସାମାଜସେବା କାର୍ଯ୍ୟ କରି ଲୋକଙ୍କ ନିକଟତର ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ