ଛତ୍ରପୁର ବିଡିଓ ଙ୍କ ଦ୍ୱାରସ୍ଥ ହେଲେ ମାଟିଖାଲ ଗ୍ରାମବାସିନ୍ଦା
ଛତ୍ରପୁର, (ଦେବଦତ୍ତ ମହାରଣା) :-କଣମଣା ଗ୍ରାମ ପଂଚାୟତ ଅନ୍ତର୍ଗତ ମାଟିଖାଲ ଗ୍ରାମ ବଡ ସାହିରେ ଥିବା ଏକ ପାଇପର ଚେନ୍ କାଡିଦେଇଥିବା ନେଇ ମଙ୍ଗଳବାର କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡିଙ୍କ ନେତୃତ୍ୱରେ ମାଟିଖାଲ ଗ୍ରାମର ବହୁ ଗ୍ରାମବାସିନ୍ଦା ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମର ଲବ ପ୍ରଧାନ ଓ କୃଷ୍ଣ ପ୍ରଧାନ ଏହି ପାଇପ ଚେନ୍ କାଡିଦେଇଥିବା ନେଇ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି । ପାଣି ପାଇପ କାଡିଦେବା ଫଳରେ ଗ୍ରାମର ବହୁ ଗ୍ରାମବାସିନ୍ଦା ପାଣି ପାଇପାରୁନାହାନ୍ତି । ଏଣୁ ଏହି ପାଇପ ଲାଇନକୁ ମରାମତି କରିବା ପାଇଁ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ମାଟିଖାଲ ଗ୍ରାମର ରବିନ୍ଦ୍ର ପ୍ରଧାନ, ନମିତା ପ୍ରଧାନ, ନାରାୟଣ ପ୍ରଧାନ, ଶୀତା ପ୍ରଧାନ, ଶଶୀ ପ୍ରଧାନ, କୁନ୍ଦନ ପ୍ରଧାନ, ହାଡି ପ୍ରଧାନ, ବାସନ୍ତି ପ୍ରଧାନ ଓ ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


