ଆର .ଉଦୟଗିରି ବ୍ଲକ ଅଧ୍ୟକ୍ଷା ଗଢିବା ପାଇଁ ବିଜେଡ଼ି ପଲା ଭାରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସରିଲା ପଞ୍ଚାୟତ ନିର୍ବାଚନ । ଘୋଷଣା ମଧ୍ୟ ସରିଛି। ସରପଞ୍ଚ ସମିତି ସଭ୍ୟ , ୱାର୍ଡ଼ ସଭ୍ୟ ମାନଙ୍କ ନୂଆ ମୁହଁ ଏବେ ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିବ । ଏବେ ନିଜ ଗାଁ ଗହଳିରେ ରହିଥିବା ମୌଳିକ ସମସ୍ୟାକୁ ସମାଧାନ କରିବା ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି ନୂଆଁ ପ୍ରାର୍ଥୀ ମାନେ ।ହେଲେ ଗତ ପଞ୍ଚାୟତ ନିର୍ବାଚନ ରେ ରା.ଉଦୟଗିରି ବ୍ଳକରେ କଂଗ୍ରେସ ଗଡ଼ ଜିତି ବ୍ଲକ ଅଧ୍ୟକ୍ଷା ପଦ ଗଡ଼ିବାରେ ସଫଳ ହୋଇ ଅନେକ କିଛି ଉର୍ଣ୍ଣତି କରିଥିବା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି। ବର୍ତ୍ତମାନ ବିଜେଡି ଗଜପତି ଜିଲ୍ଲାରେ ଜିଲ୍ଲା ପରିଷଦ ପଦବୀ ପୋଛି ନେଇଥିବା ବେଳେ ବ୍ଲକ ଅଧ୍ଯକ୍ଷା ପାଇଁ ମଧ୍ୟ ଅଣ୍ଟା ଭିଡ଼ିଛି। ହେଲେ କଂଗ୍ରେସ ମଧ୍ୟ କମ ନୁହେଁ। ପୁଣି ବ୍ଲକ ଅଧ୍ୟକ୍ଷା ପଦବୀ ହତେଇବା ପାଇଁ କଂଗ୍ରେସ ପ୍ରୟାସ ଜାରି ରଖିଛି। ବ୍ଳକର ୧୭ଟି ପଞ୍ଚାୟତର ୧୧ଟି ସମିତି ସଭ୍ୟକୁ ନିଜ ସପକ୍ଷରେ ରଖିଛି ବିଜେଡି । ସେମାନେ ହେଲେ ୧ ଶିବାନୀ ବେହେର ଦଳାଇ. (ଛେଲାଗଡ), ୨ ପ୍ରତିମା ଭୂୟାଁ. (ଅବାରସିଂ),୩ ବୁଦ୍ଧିଆ ରଇତ. (ପୁରୁଣା ପାଣି )।୪ ହରିଣୀ ପ୍ରଧାନ. (ରଣ୍ଡିବା)।୫ ମିଟୁ ଶବର(ମଙ୍ଗରାଜପୁର)।୬ ଜଗନ୍ନାଥ ନାୟକ. (ପରିସଲ)।୭ ବିଭୂତି ଭୂଷଣ କାର୍ଜି. (ଅନଗାଁ)।୮ ଗଙ୍ଗାଧର. (ସୁବଲୋଡା)।୯ ଶଶିକାନ୍ତ ପଟ୍ଟନାୟକ. (ଛେଳିଗଡ)।୧୦ ରଜନୀ ନାୟକ. (ତବାର ସିଂ ),୧୧ ଅନିତା କାର୍ଯି. (ସିଆଳିଲଟି) ର ହୋଇଥିବା ଜଣା ପଡ଼ିଛି । ତେବେ କିଏ ହାତେଉଛି ଏହି ଗାଦି ତାକୁ ଅପେକ୍ଷା । ତେବେ ସତରେ ଏହି ପଦବୀ ମଧ୍ୟ ବିଜେଡ଼ି ହାତକୁ ଯାଇପାରେ କି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଅଞ୍ଚଳବାସୀଙ୍କୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ