ଜିତିଥିବା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାଙ୍କ ବିଧିବଦ୍ଧ ତାଲିକା ପ୍ରକାଶ କଲେ ରାଜ୍ୟ ନିର୍ବାଚନ ଆୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ସଦ୍ୟ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟଲାଭ କରିଥିବା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାଙ୍କ ବିଧିବଦ୍ଧ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଆଜି ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବିନ୍ଦ୍ର ନାଥ ସାହୁ ଦସ୍ତଖତ ସମ୍ବଳିତ ପତ୍ର ସଂଖ୍ୟା ୩୯୭୫/ରା.ନି.ଆ, ତାରିଖ ୦୪/୦୩/୨୦୨୨ପ୍ରକାରେ ପ୍ରକାଶିତ ହୋଇଛି । ପ୍ରକାଶିତ ତାଲିକାନୁଯାୟୀ କାଶୀନଗର ଜିଲ୍ଲାପରିଷଦ ଜୋନ୍-୧ରେ ରକାମ ରାଜ୍ୟଲନକ୍ଷ୍ମୀ, କାଶୀନଗର ଜୋନ୍-୨ରେ ଗାବରା ତିରୁପତି ରାଓ, ଗୁମ୍ମା ଜୋନ୍ ନଂ-୩ରେ ରେଣୁକା ପାତ୍ର, ଗୁମ୍ମା ଜୋନ୍ ନଂ-୪ରେ ସନ୍ଧ୍ୟା ଶବର, ନୂଆଗଡ ଜୋନ୍ ନଂ.-୫ରେ ରାଜୀବ ଦୋରା, ପାରଳାଖେମୁଣ୍ଡି ଜୋନ୍ ନଂ-୬ ସାସନାମୁ ବାଲାରାଜୁ, ପାରଳାଖେମୁଣ୍ଡି ଜୋନ୍ ନଂ.-୭ରେ ପି.ଲିଳାବତୀ, ମୋହନା ଜୋନ୍ ନଂ.-୮ରେ କୁନ୍ତଳା ମଳିକ, ମହୋନା ଜୋନ୍ ନଂ.-୯ରେ ଚନ୍ଦ୍ର କୁମାର ମଳିକ, ମୋହନା ଜୋନ୍ ନଂ.-୧୦ରେ ସୁନୀଳ କୁମାର ବିଶୋଇ, ଆର୍.ଉଦୟଗିରି ଜୋନ୍ ନଂ.-୧୧ରେ ଯମୁନା ଦଳବେହେରା, ଆର୍.ଉଦୟଗରି ଜୋନ୍ ନଂ.୧୨ରେ ଦଣ୍ଡପାଣି ବଡମୁଣ୍ଡି, ରାୟଗଡ ଜୋନ୍ ନଂ. ୧୩ରେ ଗୌତ୍ତମୀ ଜାନ୍ନୀ ଓ ରାୟଗଡ ଜୋନ୍ ନଂ.-୧୪ରେ ପିତାମ୍ବର ନାୟକ ମୋଟ ୧୪ଗୋଟି ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାଙ୍କ ବିଜୟ ତାଲିକା ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଜିଲ୍ଲାପରିଷଦ ନିର୍ବଚନ ଜିଲ୍ଲାରେ ୫ଗୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଫେବୃୟାରୀ ୨୬, ୨୭ ଓ ୨୮ ତାରିଖରେ ତିନି ଗୋଟି ପର୍ଯ୍ୟାୟରେ ମତଗଣନା ହୋଇଥିଲା । ଭୋଟ ଗଣତିର ଫଳାଫଳ ୨୮ତାରିଖରେ ଜଣାପଡିଥିଲେ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାରେ ମୋଟ ୧୪ଗୋଟି ଜିଲ୍ଲାପରିଷଦ ଜୋନ୍ ରହିଥିବା ବେଳେ ଏହି ୧୪ଗୋଟିରୁ ବିଜେଡି ୧୧ଗୋଟି ଜିଲ୍ଲାପରିଷଦ ଆସନ ପୋଛି ନେଇଥିବା ବେଳେ କଂଗ୍ରେସକୁ ୨ଗୋଟି ଓ ଭାଜପାକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି ।


