କୋଣାର୍କ ଏନଏସି ଅଧ୍ୟକ୍ଷା ପଦବୀ ନିମନ୍ତେ ରଂଜୁଲତା ଭୋଳଙ୍କ ପ୍ରାର୍ଥୀପତ୍ର ଦାଖଲ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ପୌର ନିର୍ବାଚନ ନିମନ୍ତେ କୋଣାର୍କ ଏନଏସି ଅଧ୍ୟକ୍ଷା ପଦବୀ ନିମନ୍ତେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଉପନଗରପାଳ ବିଜୟ କୁମାର ଭୋଳଙ୍କ ସହଧର୍ମିଣୀ ରଂଜୁଲତା ଭୋଳ ଶତାଧିକ ସମର୍ଥକ ମାନଙ୍କ ଗହଣରେ ଆସି କୋଣାର୍କ ଏନଏସି ନିର୍ବାଚନ ଅଧିକାରୀଙ୍କ ନିକଟରେ ୨ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଖବରରୁ ପ୍ରକାଶ ଯେ ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ କୋଣାର୍କ ଏନଏସିରେ ଶାସକ ବିଜେଡି, ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ସୁଦ୍ଧା ଅଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀ ଚୁଡାନ୍ତ କରାଯାଇନାହିଁ । ଶାସକ ବିଜେଡି ସମେତ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଅଧ୍ୟକ୍ଷା ପଦବୀକୁ ନେଇ ଚାଲିଛି ମାନସ ମନ୍ଥନ । ଏହି ପରିପ୍ରେକ୍ଷୀରେ ପୂର୍ବତନ ଉପନଗରପାଳ ବିଜୟ କୁମାର ଭୋଳଙ୍କ ସହଧର୍ମିଣୀ ରଂଜୁଲତା ଭୋଳ ଶତାଧିକ କର୍ମୀ ମାନଙ୍କ ଗହଣରେ ନିଜ ଓ୍ବାର୍ଡରୁ ବାହାରି ଏକ ବିଶାଳ ଶୋଭାଯାତ୍ରା କରି କୋଣାର୍କ ଆଖପାଖ ଓ୍ବାର୍ଡ ପରିକ୍ରମା କରିବା ପରେ ଗୋପ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଏସକେ ସାଗିରଙ୍କ ନିକଟରେ ବିଜୁଜନତା ଦଳ ପକ୍ଷରୁ ୧ସେଟ ନାମାଙ୍କନ ପତ୍ର ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଏକ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କର ଶୋଭାଯାତ୍ରାରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ତାଙ୍କ ପ୍ରତି ବିପୁଳ ଜନ ସମର୍ଥନ ରହିଛି। ଏହି ଏନଏସି ୧୩ଗୋଟି ଓ୍ବାର୍ଡକୁ ନେଇ ଗଠିତ। ଏହାର ମତଦାତା ସଂଖ୍ୟା ୧୨ହଜାର ୧୬୧ ଜଣ। ସେଥି ମଧ୍ୟରୁ ୬୨୪୬ ଜଣ ପୁରୁଷ ମତଦାତା ହୋଇଥିବା ବେଳେ ୫୯୧୫ ଜଣ ମହିଳା ମତଦାତା ରହିଛନ୍ତି । ଆଗାମୀ ୨୪ ତାରିଖରେ ଏଠାରେ ମତଦାନ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ