ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଅଭିଷେକ ପଟ୍ଟନାୟକଙ୍କ ମୁଣ୍ଡରେ ବିଜେଡି ଢାଳିଲା ସୁନା କଳସ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଆସନ୍ତା ମାର୍ଚ୍ଚ ୨୪ରେ ସାରା ଓଡ଼ିଶାରେ ପୌର ନିର୍ବାଚନ ହେବାକୁ ଯାଉଛି । ରାଇରଙ୍ଗପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପଦ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଅଛି । ଦିର୍ଘ ୨୫ ବର୍ଷ ହେଲା ବିଜେପି ଦଖଲରେ ଏହି ମ୍ୟୁନିସିପାଲିଟି ଅଛି । ଏହି ପୌର ନିର୍ବାଚନରେ ବିଜେଡି ମୟୂରଭଂଜ ସଦର ଯୁବ ବିଜେଡି ଜିଲ୍ଲା ସଭାପତି ଅଭିଷେକ ପଟ୍ଟନାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିଥିବା ଆଭାଷୀ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ ରାଜ୍ୟ ସାଂଗଠନିକ ସଂପାଦକ ତଥା ମୟୂରଭଂଜ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ଏହାକୁ ନେଇ ଦଳୀୟ କର୍ମି ମହଲରେ ଆନନ୍ଦର ଲହରି ଖେଳି ଯାଇଥିଲା । ତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ । ସେ ଦଳର ସମସ୍ତ ବର୍ଗର ଲୋକଙ୍କୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ । ରାଇରଙ୍ଗପୁର ସହରର ସର୍ବାଙ୍ଗିନ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି କହିବା ସହ ସହରବାସୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।