ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦରମ ହକୁମା ପାରଳାଖେମୁଣ୍ଡି ସହରର ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ପାଣିଗ୍ରାହୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସ୍ୱର୍ଗତ ପାଣିଗ୍ରାହୀ ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କର୍ମମୟ ଜୀବନଯାପନ ଅତିବାହିତ କରିଥିଲେ । ଏଠାରୁ ସେ କୋରାପୁଟ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଭାବେ ପଦନ୍ନୋତି ପାଇ ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲାଶିକ୍ଷାଧିକାରୀରୁ ଅବସର ନେବାପରେ ପୁଣି ପାରଳାଖେମୁଣ୍ଡି ଠାରେ କିଛି ବର୍ଷ ଅବସ୍ଥାପନ କରିବା ପରେ ବ୍ରହ୍ମପୁର ଠାରେ ଥିବା ତାଙ୍କ ବଡପୁଅ ଆଇଟିଆଇ କଲେଜର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀଙ୍କ ନିକଟରେ ରହିଆସୁଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ସାନ ପୁଅ ସରୋଜ କୁମାର ପାଣିଗ୍ରାହୀ ରାଉରକେଲା ଠାରେ ଥିବା ସିବିଆର୍ଆଇ ଠାରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବାର ମଧ୍ୟ ଜଣାପଡିଛି । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ମଧ୍ୟ ହେଉଥିଲେ । ତେବେ ଗତକାଲି ବ୍ରହ୍ମପୁର ଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ପାରଳା ସହରରେ ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ.ବୃଷକେତୁ ଦାସଙ୍କ ସମତେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ରମେଶ ଚୌଧୁରୀ, ବସନ୍ତ ଦାସ, ରାଜେନ୍ଦ୍ର ବେହେରା, ପ୍ରଦୀପ ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲାସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ୍ ପାଢୀ, ବିରକିଶୋର ପଟ୍ଟନାୟକ, ବିଧାନ ଚୌଧୁରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନାକରି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।


