ବିଶ୍ୱ କଳା ମୋତିଆ ବିନ୍ଦୁ ସପ୍ତାହ- ୨୦୨୨ ଅବସରରେ ନିଶୁକ୍ଳ ଗ୍ଲୁକୋମା ପରିକ୍ଷା ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ମଣିଷର ମୁଖ୍ୟ ହେଉଛି ଚକ୍ଷୁ । ଚକ୍ଷୁ ବିନା କୌଣସି କାର୍ଯ୍ୟ କରିବାରେ ଅସମ୍ଭବ । ଏଣୁ ଚକ୍ଷୁର ସୁରକ୍ଷାର ନିହାତି ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ସାରା ଭାରତ ବର୍ଷରେ ବିଶ୍ୱ କଳା ମୋତିଆ ବିନ୍ଦୁ ସପ୍ତାହ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସାଇଟ ସେଭରସ୍ ଇଣ୍ଟରନ୍ୟାସନାଲ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ମିଳିତ ଆନୁକୁଲ୍ୟରେ ଗୁରୁବାର ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ନିଶୁକ୍ଳ ଗ୍ଲୁକୋମା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନ୍ଧତ୍ୱ ଦୂରୀକରଣ କରିବା ଲକ୍ଷ୍ୟ ନେଇ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଗଣା କ୍ୟାମ୍ପ କରାଯାଇ ଲୋକଙ୍କ ଚକ୍ଷୁ ଚିକିତ୍ସା କରାଯିବା ସହ ଚକ୍ଷୁ ଜନିତ ସମସ୍ତ ରୋଗର ନିରାକରଣ ସକାଶେ କାର୍ଯ୍ୟ ମଧ୍ୟ କରାଯାଉଛି । ଆଉ ପାଦେ ଆଗକୁ ଆସି ଛତ୍ରପୁର ବାସୀଙ୍କ ଉତ୍ତମ ଚିକିତ୍ସା ସକାଶେ ଏପରି ଶିବିର କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଆଜିର ନିଶୁକ୍ଳ ଗ୍ଲୁକୋମା ପରୀକ୍ଷା ଶିବିରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିବା ସହ ଆୟୋଜକ ମାନଙ୍କୁ ପ୍ରାଶଂସା କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ, ଆଇନଜିବୀ ଜୟକୃଷ୍ଣ ପଟ୍ଟନାୟକ ଓ ସାଇଟ ସେଭର ଇଣ୍ଟରନ୍ୟାସନ୍ୟାଲର ଜିଲ୍ଲା ସଂଯୋଜକ ଶାରଦା ପ୍ରସନ୍ନ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରରେ ଆସିଥିବା ସମସ୍ତରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ପରାମର୍ଶ ଦେଇଥିଲେ । ଆଜି ଗୋଟିଏ ଦିନରେ ୧୩୨ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ନିହାତି ଗରିବ ଶ୍ରେଣୀର ୬୫ ଜଣ ବ୍ୟକ୍ତି ରହିଛନ୍ତି । ୩୨ ଜଣ ପରଳ ଚିହ୍ନଟ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ୧୧ ଜଣ ବ୍ୟକ୍ତି କଳା ମୋତିଆ ବିନ୍ଦୁ ଆଶଙ୍କା ଥିବା ଚିହ୍ନଟ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ, ଚିଫ୍ ଅପଟୋମେଟ୍ରିଷ୍ଟ ସୁନୀଲ କୁମାର ମହାନ୍ତି, ଚିଫ୍ ଚକ୍ଷୁ ଟେକ୍ନିସିଆନ ଗିରିଷ ଚନ୍ଦ୍ର ପାତ୍ର, ବଇରି ରଞ୍ଜନ ସାହୁ, ଜଗନ୍ନାଥ ରାଓ ଓ ଅମିତ୍ କୁମାର ପାଢୀ ପରିଚାଳନାରେ ସହଯୋଗ କରିଥିଲେ ।


