ଶ୍ରୀଶ୍ରୀ ଗୋପୀନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା
ନିଆଳି, (ଯୁଗାବ୍ଦ ନ୍ୟୁଜ):ନରିଶୋ ଗ୍ରାମର ଅରାଧ୍ୟ ଦେବତା ଶ୍ରୀଶ୍ରୀଗୋପୀନାଥ ଦେବଙ୍କ ନୂତନ ମନ୍ଦିର ଓ ପାଶ୍ୱଦେବତା ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଛି ଅଧିବାସ ଧାନ୍ୟାଧିବାସ କଳସ ଯାତ୍ରା ଘଟ ସ୍ଥାପନ, ଅଗ୍ନି ସ୍ଥାପନ ଦେବତା ଆବାହନ ନ୍ୟାସ ସୂର୍ଯ୍ୟପୂଜା ଧେନୂପୂଜା ଦେବତାଙ୍କ ଗ୍ରାମ ପରିକ୍ରମା, ବାସ୍ତୁହୋମ ପତ୍ତାକା ସ୍ଥାପନ ଦେବତାଙ୍କ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ଯଥାରିତିରେ କରାଯାଇଛି । ଗ୍ରାମବାସୀ ଙ୍କ ପୂର୍ଣ୍ଣ ସହଯୋଗରେ ସମସ୍ତକାର୍ଯ୍ୟ ଯଥାରିତିରେ କରାଯାଇଛି । ଶେଷ ଦିବସ ସଂନ୍ଧ୍ୟାରେ ଅନୂସୟା ନାଥ, ରବିନ୍ଦ୍ର କୁମାର ମହାପାତ୍ର ଓ ଦଃୁଖିଶ୍ୟାମ ତ୍ରୀପାଠୀ ଆଦି ଓଡିଶାର ସୁନାମଧନ୍ୟ କଣ୍ଠଶୀଳ୍ପୀ ଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଛି । ରବିବାରଠାରୁ ବୁଧବାର ଦିନ ପର୍ଯ୍ୟନ୍ତ ୪ ଦିନଧରି ଗ୍ରାମରେ ଅଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ।


