ଭୀଷ୍ମ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଜେସିସି ଟିମ ଫାଇନାଲକୁ ଉତ୍ତୀର୍ଣ୍ଣ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଅଲରାଉଣ୍ଡର କ୍ଲବ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ପରମିଟ ପଡିଆ ଠାରେ ଶୁକ୍ରବାର ଭୀଷ୍କ କପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭଦ୍ରକର ରେଳବାଇ ଏବଂ ବାଲେଶ୍ୱରର ଅଲରାଉଣ୍ଡର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି । ଅଲରାଉଣ୍ଡର ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୨୫ଓଭରରେ ୭ୱିକେଟ ହରାଇ ମୋଟ ୨୦୩ ରନ କରିଥିଲା । ଦଳ ପକ୍ଷରୁ ସୁମନ ରାଓ ୩୦ଟି ବଲରେ ୪୮ରନ କରିଥିବା ବେଳେ ପ୍ରତିପକ୍ଷ ଦଳର ପୁରୁଷୋତମ ମିଶ୍ର ଦୁଇଟି ୱିକେଟ ନେଇଥିଲେ । ଜବାବରେ ଭଦ୍ରକ ରେଳବାଇ ଟିମ ୨୦.୪ଓଭରରେ ୪ୱିକେଟ ହରାଇ ୨୦୬ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ କ୍ଷମାସାଗର ବଳ ଦୃତ ରନ ସଂଗ୍ରହ କରିବାକୁ ଯାଇ ୫୦ଟି ବଲରେ ୧୦୨ରନ କରିଥିଲେ । ପ୍ରତିପକ୍ଷ ଦଳର ବିବେକାନନ୍ଦ ଜୌଧୁରୀ ଦୁଇଟି ୱିକେଟ ନେଇଥିଲେ । ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଜେସିସି ଦଳର କ୍ଷମାସାଗରଙ୍କୁ ଘୋଷଣା କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଅମ୍ପେୟାର ଭାବେ ଗଜେନ୍ଦ୍ର ମାଝୀ ଏବଂ ବିଜୟ ପାଢ଼ୀ ପରିଚାଳନା କରିଥିଲେ । ଏଥିରେ ସ୍କୋରର ଭାବେ ରାଉଳ ସିଂ ଏବଂ ସନନ୍ଦନ ପାତ୍ର ଥିଲେ । ଏହି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆନନ୍ଦ ମହାନ୍ତି,ରଞ୍ଜନ କୁମାର ଦେ ଏବଂ ଅନନ୍ତ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ ମ୍ୟାଚକୁ ସଂଘର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ ।


