କୋରିୟର ଡେଲିଭରି ବୟର ବ୍ୟାଗ ଖସିଲା, ତଣ୍ଡ ଗଣିଲେ ଯୁବକ

ହାଟଡ଼ିହି, : ଆମାଜନ କମ୍ପାନୀର ଜଣେ କୋରିୟର ଡେଲିଭରି ବୟଙ୍କ ବ୍ୟାଗ ହଜିବା ଓ ଏହାକୁନେଇ ଦୁଇ ଯୁବକ ତଣ୍ଡ ଗଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ଯେ ଜଣେ କୋରିୟର ଡେଲିଭରି ବୟ ଗତକାଲି ବାଇକ ଯୋଗେ ଶାଳଣିଆଁ ଅଞ୍ଚଳକୁ କୋରିୟର ଡେଲିଭରି ଦେବାକୁ ଯାଇ ଫେରିବାବେଳେ ଓରାଳି ଶାଳଣିଆଁ ରାସ୍ତାରେ ବ୍ୟାଗଟି କେଉଁଠି ଖସିପଡିଥିଲା । କୋରିୟର ବୟ ଜଣକ ଏହା ଜାଣିବାପରେ ରାସ୍ତାରେ ପଚାରି ପଚାରି ଯିବାବେଳେ ଦୁଇଜଣ ଯୁବକ ତାହାକୁ ପାଇଥିବା ଜାଣିବାପରେ ତାଙ୍କ ଘରକୁ ଯାଇ ପଚାରିବାରୁ ସେମାନେ ବ୍ୟାଗଟିକୁ ଫେରାଇ ଦେଇଥିଲେ । ମାତ୍ର ସେଥିରେ ୧୭ଟି ସାମଗ୍ରୀ ମଧ୍ୟରୁ ୯ଟି ସାମଗ୍ରୀ ଥିବାରୁ ଆଉ ସାମଗ୍ରୀ ନଥିôଲା । ଯେଉଁ ପିଲାମାନେ ପାଇଥିଲେ ସେମାନେ ଏତିକି ପାଇଥିବା କହିଥିଲେ । ଏକ ମୋବାଇଲ ସମେତ ଅନ୍ୟ କେତେକ ସାମଗ୍ରୀ ନଥିବା ବୟ ଜଣକ ଜାଣିବାପରେ ଏନେଇ ସେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲା । ପରେ ନନ୍ଦିପଦା ପୁଲିସ ଉକ୍ତ ଯୁବକ ଦୁଇଜଣକୁ ଡାକି ପଚରା ଉଚୁରା କରିଥିଲେ ମଧ୍ୟ ଯୁବକମାନେ ଅନ୍ୟ ସମାଗ୍ରୀ ବାବଦରେ ଜାଣିନଥିବା କହିଥିଲେ । ଅନ୍ୟକେଉଁଠି ଯଦି ଖସିପଡିଥିବ ତେବେ ଆମେ କିପରି ଜାଣିବୁ ବୋଲି ସେମାନେ କହିଥିଲେ । ପରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଯୁବକଙ୍କ ପରିବାର ଲୋକେ ଉକ୍ତ କୋରିୟର ଡେଲିଭରି ବୟକୁ ୭ହଜାର ଟଙ୍କା ଦେଇ ରଫାଦଫା କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ