ବାଇକ୍ ସହ ଯୁବକର ମୃତଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ଥାନା ଅନ୍ତର୍ଗତ ପଳାଶପୁର ଦେଙ୍ଗାଉସ୍ତା ରାସ୍ତାର ସୁମନ୍ତପୁର ନିକଟ ରାସ୍ତାପାର୍ଶ୍ଵ କେନାଲ ଭିତରୁ ଜଣେ ଯୁବକ ଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି।ମୃତ ଯୁବକ ଜଣକ ହେଲେ ପୋଡାମାରି ଗ୍ରାମର ସୁଧାକର ଦାସ। ହିଞ୍ଜଳିକାଟୁ ରେ ଏକ ହୋଟେଲ ରେ କାମକରୁଥିଲେ। ସୋମବାର ରାତିରେ ବାଇକ ଯୋଗେ ସୁଧାକର ନିଜ ଗାଁ କୁ ଫେରୁଥିବା ବେଳେ ଦୁର୍ଘଟଣା ରେ ବାଇକ୍ ସହ କେନାଲ ଭିତରକୁ ପ୍ରାୟ ୪ ଫୁଟ ତଳେ କଚାଡି ପଡ଼ିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ବାଇକ ସହ ମୃତ ଶରୀର କୁ ପୋଲିସ ଉଦ୍ଧାର କରିବା ସହ ପାଟପୁର ପୋଲିସ ତଦନ୍ତ କରିଛି । ଏନେଇ ପାଟପୁର ଥାନା କେସ ନମ୍ୱର ୭୬/୨୨ ଏକ ମାମଲା ରୁଜୁ କରିଛନ୍ତି । ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି ।


