ଫୁଲ କୋବି ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ହଲାପଙ୍କ । ଗାଁରେ ଘଟିଛି ଅଭାବନୀୟ ଘଟଣା । ଫୁଲ କୋବି ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନେ ହେଲେ ସ୍ୱାମୀ ଜାବିତ୍ର ଗମାଙ୍ଗ ଓ ସ୍ତ୍ରୀ ନମିତା ଗମାଙ୍ଗ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି । ଜାବିତ୍ର ନିଜ ବାଡ଼ିରେ ଫୁଲ କୋବି ଚାଷ କରିଛନ୍ତି । ଗତ କିଛି ଦିନ ତଳେ ଫୁଲ କୋବିରେ କୀଟନାଶକ ସିଞ୍ଚନ କରିଥିଲେ । ଗତକାଲି କୋବି ବାହାର କରି ଘରେ ରୋଷେଇ କରି ଖାଇଥିଲେ । ଏହାପରେ ସେମାନେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ବର୍ତ୍ତମାନ ମୋହନା ମେଡିକାଲ ରେ ସେମାନଙ୍କ ଚିକିତ୍ସା ଚାଲିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ