କୋଭିଡ ନୀୟମ କୋହଳ ପରେ ଧୁମଧାମରେ ପାଳିଲେ ହୋଲି

ମୋହନା, (ଅଂଶୁମାନ ପଣ୍ଡା) :ରାଜ୍ୟରେ ମହାମାରୀ କରୋନା ପାଇଁ ବିଭିନ ପର୍ଵ ପର୍ବାଣୀ ବନ୍ଦ ରହିଥିବା ବେଳେ ଅନେକ ସ୍ଥାନରେ ଫିକା ପଡ଼ିଥିଲା ଗତ ବର୍ଷ ହୋଲି ସରକାର କୋଭିଡ଼ି ନୟମ କୋହଳ କରିବା ପରେ ରାଜ୍ୟରେ ଧୁମଧାମରେ ପାଳନ ହୋଇଛି ଭାଇଚାରାର ପର୍ଵ ହୋଲି ମୋହନା ବ୍ଲକ ର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ ହୋଇଛି ଶାନ୍ତି ଶୃଙ୍ଖଳା ରେ ଦଳପୂର୍ଣମା ଓ ହୋଲି ଦଳପୂର୍ଣ୍ଣମୀ ଦିନ ହରି ହୋର ମିଳନ ପରେ ନୂତନ ପାଞ୍ଜି ପଡ଼ିଥିଲେ I ପଣ୍ଡିତ ଶିଵ ଶଙ୍କର ପଣ୍ଡା ଏବଂ ହୋଲି ଦିନ ରଥ ବିଜେ କରି ରାଧା କୃଷ୍ଣ ପ୍ରତିମୃତ୍ତି କୁ ବାଜା ବାଜିଣି କରି ନଗର ପରିକ୍ରମା କରାଯାଇଥିଲା ଏବଂ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଠାକୁର ଙ୍କ ରଥ ଧରି ପରିକ୍ରମା କରାଇଥିଲେ I ଥାନା ପରିସରରେ ଏହା ସହ ସମସ୍ତଙ୍କୁ ମିଠା ଖୁଆଇ ରଙ୍ଗ ଲଗାଇ ପାଳନ କରିଥିଲେ I ହୋଲି ସେଇ ଭଳି ଅଡ଼ବା ରେ ମଧ୍ୟ ରାଧା କୃଷ୍ଣ ମନ୍ଦିର ପରିସର ରୁ ଠାକୁରଙ୍କୁ ନେଇ ନଗର ପରିକ୍ରମା କରାଇ ଦହି ହାଣ୍ଡି ଭାଙ୍ଗିଥିଲେ I ଲୋକେ ସନ୍ଧ୍ୟା ରେ ପୌରାଣିକ ନାଟକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଗ୍ରାମ ବାସୀ ଶାନ୍ତି ଶୃଙ୍ଖଳା ରେ ପାଳନ କରିଛନ୍ତି I ହୋଲି ପାଣିଗଣ୍ଡା ରେ ମଧ୍ୟ ରାଧା କୃଷ୍ଣ ମନ୍ଦିରରେ ହୋଲି ପାଳନ ସହ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ବିରିକୋଟ, ଚାନ୍ଦିପୁଟ, ଚନ୍ଦ୍ରଗିରି, ଭଳି ବିଭିନ୍ନ ସ୍ଥାନ ରେ ଶାନ୍ତି ସୁଙ୍ଖଳା ରେ ସରିଲା ହୋଲି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ