୮୦୦ ଲିଟର ଚୋରା ଦେଶୀମଦ ପାଉଚ ଜବତ : ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପକ୍ଷରୁ ଚଢଉ କରାଯାଇ ୮୦୦ଲିଟର ଚୋରା ଦେଶୀ ମଦ ପାଉଚ ଜବତ କରାଯାଇଥିବାର ଜଣାପଡିଛି । ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗତ କିଛି ଦିନ ହେଲା ସହରର ବିଭିନ୍ନ ସ୍ଥାନରେ ଚୋରା ଦେଶୀମଦ କାରବାରକୁ ରୋକିବା ପାଇଁ ଚଢଉ ଜାରି ରହିଛି । ଏହି କ୍ରମରେ ଗତକାଲ ସ୍ଥାନୀୟ ସଞ୍ଜୟ ଗାନ୍ଧୀ କଲୋନୀରେ ବ୍ୟାପକ ଚୋରା ଦେଶୀ ମଦ କାରବାର ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଚଢଉ କରାଯାଇଥିଲା । ଚଢଉ ବେଳେ ଅଭିଯୁକ୍ତ ଏସ୍‌.ବାଲାଜୀ ଓରଫ ବାଲୁ ନିକଟରୁ ୪୦ଗୋଟି ଜରି ଅଖା ବ୍ୟାଗ ଠାବ କରିଥିଲେ । ପ୍ରତ୍ୟେକ ଜରି ବ୍ୟାଗରେ ୨୦ଲିଟର ଲେଖାଁଏ ଦେଶୀ ଚୋରା ମଦ ପାଉଚ ରହିିଥିଲା । ଯାହାକି ସମୁଦାୟ ୮୦୦ଲିଟର ଦେଶୀ ମଦ ରହିଥିବାର ଜଣାପଡିଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୪୮/୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୨୪ରେ ହେବାକୁ ଥିବା ପୌରାଞ୍ଚଳ ନିର୍ବାଚନ ସମୟରେ ରାଜ୍ୟ ସରକାର ମାର୍ଚ୍ଚ ୨୨ ଠାରୁ ୨୬ତାରିଖ ପର୍ଯ୍ୟନ୍ତ ସମସ୍ତ ମଦ ବିକ୍ରି ଉପରେ କଟକଣା ଲାଗୁ କରିଥିବାରୁ ଅସାଧୁ ବ୍ୟବସାୟୀମାନେ ଲାଭଖୋର ମନବୃତ୍ତି ହୋଇ ଏପରି ଗଚ୍ଛିତ କରିବାରେ ଲାଗିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ