ଅମୃତିଆ ନାଳ ବନ୍ଦ କାର୍ଯ୍ୟକୁ ନେଇ ଗ୍ରାମବାସୀ ଆଶ୍ୱସ୍ତ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ଦୀର୍ଘଦିନ ପ୍ରଚେଷ୍ଟାରେ ରେମୁଣା ବ୍ଲକ ନିଜାମପୁରର ବାଙ୍କତିରାଠାରେ ବୁଢ଼ାବଳଙ୍ଗ ନଦୀରୁ ସୃଷ୍ଟି ହୋଇଥିବା ଅମୃତିଆ ନାଳର ମୁକୁଳା ମୁହଁ ବନ୍ଦ କାର୍ଯ୍ୟ କ୍ଷିପ୍ର ଗତିରେ ଆଗେଇ ଚାଲିଛି ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ଶୁଭଙ୍କର ମହାପାତ୍ର କହିଛନ୍ତି । ସଭାପତିଙ୍କ ସମେତ ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ ଏବଂ କମିଟିର ଆଞ୍ଚଳିକ ସଦସ୍ୟମାନେ ପ୍ରକଳ୍ପ ସ୍ଥଳ ପରିଦର୍ଶନ ସହ ସନ୍ତୋଷ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବୁଢ଼ାବଳଙ୍ଗ ନଦୀର ଏହି ବିରାଟ ଅମୃତିଆ ନାଳର ମୁକୁଳା ମୁହଁ ହେତୁ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ସଦର ବ୍ଲକର ଓଡ଼ଙ୍ଗୀ, ନଗରମ୍‌, ଓଲନ୍ଦାସାରଗାଁ, ବୁଆଁଳ, ସିନ୍ଧିଆ, ବଇଁଚା, ଗୋପୀନାଥପୁର, ପରିକ୍ଷୀ ଓ ରେମୁଣା ବ୍ଲକର ଚଷାଖଣ୍ଡ, ନିଜାମପୁର, ଦହପଡ଼ା ଇତ୍ୟାଦି ପଂଚାୟତରେ ଚାଷ ସଂପୂର୍ଣ୍ଣ ନଷ୍ଟ କରିଦେଉଥିଲା । ଫଳରେ ଗମନାଗମନ ବାଧାପ୍ରାପ୍ତ ହେବା ସହ ପ୍ରଭୁତ ଧନ ସମ୍ପଦ କ୍ଷତି କରିଦେଉଥିଲା । ଅମୃତିଆ ନାଳର ମୁକୁଳା ମୁହଁ ବନ୍ଦ ହୋଇଯିବା ସମ୍ବାଦ ପାଇଲା ପରେ ଏହି ପଞ୍ଚାୟତ ସମୂହର ଗ୍ରାମବାସୀମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ