ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ପାରଳାଖେମୁଣ୍ଡି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ହରିପୁର ରୋଡ ଓଡିଶା ଶାଖା ସଂଗଠନ ଗଜପତି ଜିଜଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ଗାନ୍ଧିସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଏସ୍. ଡିଲେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଆବାହକ ଏମ୍.ରବି କୁମାର, ଦେବରାଜ ଜେନା, ଏସ୍.ତ୍ରିପତିଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ୭ଗୋଟି ବ୍ଲକରୁ ପ୍ରାୟ ୪୦ରୁ ଉର୍ଦ୍ଧ ଶିକ୍ଷକ ପ୍ରତିନିଧି ଯୋଗଦାନ କରିଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନର ରାଜ୍ୟ କାର୍ଯ୍ୟକାରୀ ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ସାହୁ ବୈଠକର ଶୁଭ ଉଦ୍ଘାଟନ କରିଥିବା ବେଳେ ବ୍ଲକ ସଂଘ ସହ ଜିଲ୍ଲା ସଂଘର ସାଙ୍ଗଠନିକ ବ୍ୟବସ୍ଥା ସଭ୍ୟ ସଂଗ୍ରହ, ସାଙ୍ଗଠନିକ ନିର୍ବାଚନ ସହିତ ଶିକ୍ଷାୟତନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଏଲିମେଣ୍ଟାରୀ ବର୍ଗର ପ୍ରଧାନ ଶିକ୍ଷକ ନିଯୁକ୍ତ, ଆଞ୍ଚଳିକ ସାଧନ କେନ୍ଦ୍ର ସ୍ଥଳରେ କିମ୍ବା ପଞ୍ଚାୟତ ସ୍ତରରେ ପିଇଓ ନିଯୁକ୍ତ ଗ୍ରେଡପେଟ ୨୮୦୦ ବଦଳରେ ୪୨୦୦ ଗ୍ରେଡପେ ପ୍ରଦାନ କରି ସମସ୍ୟାର ଆଲୋଚନା ହୋଇଥିବା ସ୍ଥଳେ ଏପ୍ରିଲ ୧୫ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ ସଭ୍ୟ ସଂଗ୍ରହ କାର୍ଯ୍ୟ ସମାପନ କରି ଏପ୍ରିଲ ୩୦ ତାରିଖ ପୂର୍ବରୁ ବ୍ଲକ ସାଙ୍ଗଠନିକ ନିର୍ବାଚନ ଏବଂ ମଇ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା ସାଙ୍ଗଠନିକ ନିର୍ବାଚନ କରିବା ପାଇଁ ସ୍ଥିର ହୋଇଥିଲା । ଏହି ପରିପ୍ରେକ୍ଷୀରେ ଦାୟିତ୍ୱ ନିର୍ବାହ କରିବା ପାଇଁ କଶୀନଗର ବ୍ଲକ ଏସ୍.ଡିଲେଶ୍ୱର ରାଓ, ଦେବରାଜ ଜେନା, ଗୁମ୍ମା ବ୍ଲକ ସନ୍ତୋଷ କୁମାର ପଣ୍ଡା, ଲକ୍ଷ୍ମୀଚରଣ ଦାସ ଗୋଷାଣୀ ବ୍ଲକ ଏମ୍.ରବିକୁମାର, ଭାସ୍କର ମିଶାଲ, ରାୟଗଡ ବ୍ଲକର ଶ୍ୟାମଘନ ଭୂୟାଁ, ହାଡିଆ ଶବର, ନୂଆଗଡ ବ୍ଲକରୁ ମଳୟ କୁମାର ବେହେରା, ପ୍ରଶାସନ ପରିଚ୍ଛା, ଆର୍.ଉଦୟଗିରି ବ୍ଲକରୁ ଧୁନୁଦ୍ଧିର ଭୂୟାଁ, ଲିଙ୍ଗରାଜ ନାୟକ, ମୋହନା ବ୍ଲକର କବିରାଜ ମଲ୍ଲିକ, ପ୍ରକାଶ ମଣ୍ଡଳ ପ୍ରମୁଖଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଶେଷରେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।