ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ବନ ଦିବସ-୨୦୨୨ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ-୨୦୨୨ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଗଛ ଜଙ୍ଗଲ ମଧ୍ୟ ବଞ୍ଚିବାର ଅଧିକାର ରହିଛି ବୋଲି କହିବା ସହ ଆଜି କାଲି ବିଭିନ୍ନ ଉପାୟରେ ଜଙ୍ଗଲ କ୍ଷୟ ଘଟୁଛି । କାଠ ମାଫିଆଙ୍କ ଜଙ୍ଗଲ ଲୁଟ, ପୋଡୁ ଚାଷ ଆଦି ଜଙ୍ଗଲ କ୍ଷୟ ହେବାର ମୁଖ୍ୟକାରଣ । ଗଛ କି ଚାରା ରୋପଣ କଲେ ଗଛ ସୃଷ୍ଟି ହେବ କିନ୍ତୁ ଜଙ୍ଗଲ ସୃଷ୍ଟି ହେବନି, ଜଙ୍ଗଲ ହେବାପାଇଁ ସେଥିରେ ବିଭିନ୍ନ ଜାତୀୟ ଗଛ, ଜୀବଜନ୍ତୁ ଓ ଅନ୍ୟାନ୍ୟ ପ୍ରଭୃତି ରହିଲେ ହିଁ ତାହ ଜଙ୍ଗଲ ସୃଷ୍ଟି ହୋଇଥାଏ । ତେଣୁ ଜଙ୍ଗଲ ସୁରକ୍ଷା ଓ ତାର ସଂରକ୍ଷଣ ହୋଇ ପାରିଲେ ଆମେ ସେଥିରୁ ବହୁ ଉପକାର ପାଇପାରିବା ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉପାୟରେ ନିଆଁ ଲାଗୁଥିବା ଯୋଗୁଁ ଏହାର ନକରାତ୍ମକ ପ୍ରଭାବ ଜଙ୍ଗଲ ଜୈବ-ବିଭିଧତା ଉପରେ ପଡି ଜଙ୍ଗଲ ପରିସୀମା ଧୀରେ ଧୀରେ ସଙ୍କୁଚିତ ହୋଇପଡୁଛି । ତେଣୁ ଆଧୁନିକରଣ ଆଳରେ ଜଙ୍ଗଲ ହ୍ରାସ କରୁଥିବା ଆଧୁନିକ ମାନବ ଜାତି ଏଥିପ୍ରତି ସଚେତନତା ହେବା ଜରୁରୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲୋକନାଥ ଦଳବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଦିଗ ଉପରେ ଆଲୋକପାତ କରିଥିଲେ । ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫଓ ଗୌରୀ ପ୍ରସାଦ ରଥ ଯୋଗଦେଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଗୋଷାଣୀ ବ୍ଲକର ଦେଉଳା ଉଚ୍ଚ ବିଦ୍ୟାଳୟରେ ଶ୍ରେଷ୍ଠ ବୃକ୍ଷ ରୋପଣ ଏବଂ ପରିବେଶ ସୁରକ୍ଷା କାର୍ଯ୍ୟ କରିଥିବା ଯୋଗୁଁ ୧୦ହଜାର ଟଙ୍କାର ଚେକ ଓ ମାନପତ୍ର ଏବଂ ଉପଢୈକନ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ରେଞ୍ଚ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ବନ ସୁରକ୍ଷା ସମିତିର ସଭାପତି ମାନେ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ôରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସର ଲାଇଭ ସୋ ପ୍ରଦର୍ଶିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ଶେଷରେ ଏସିଏଫ ଗୌରୀ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ