ଆର.ଡି ରାସ୍ତା ଉପରେ ଖର୍ଚ୍ଚ ହେଉଛି ପଞ୍ଚାୟତ ଅନୁଦାନ, ବିନା ସୁଚନା ଫଳକରେ ଚାଲିଛି କାର୍ଯ୍ୟ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ବେଆଇନ ଭାବେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଓ ତାହା ଅତି ନିମ୍ନାମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଆର.ଡି ବିଭାଗର ଏକ ରାସ୍ତା ଉପରେ ପଞ୍ଚାୟତ ଅନୁଦାନ ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ସେହିପରି କାର୍ଯ୍ୟ ହେଉଥବବା ସ୍ଥାନରେ ସୁଚନା ଫଳକ ଲଗା ଯାଉ ନଥିବାରୁ କେେ ତେ ପରିମାଣର ଅନୁଦାନରେ କାର୍ଯ୍ୟ କରାଯାୁଛି ତାର ସୁଚନା କେହି ପାଇ ପାରୁ ନାହାନ୍ତି । ଏପରିକି ଯନ୍ତ୍ରୀ ମଧ୍ୟ କାମ ସମ୍ପର୍କରେ ଜାଣି ନଥିବାବେଳେ କିଛି ମୁଷ୍ଟିମେୟ ଲୋକ ଆଗତୁରା କାମ କରିନେଇ ପରେ ଏହାର ବିଲ୍ କରୁଥିବା ଅଭିଯୋଗ ହୋଇଛି । ଜମ୍ଭରା କଂକ୍ରିଟ ରାସ୍ତା, ମଝିଗାଁରେ କଂକ୍ରିଟ ରାସ୍ତା, ଜମ୍ଭରା (ଶାଳବଣୀ)ରେ କଂକ୍ରିଟ ରାସ୍ତା ଆଦି ଅତି ନିମ୍ନମାନର ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ କୃପାସିନ୍ଧୁ ମୁଦୁଲି, ବାଇଧର ବସନ୍ତିଆ, ରଙ୍ଗାଧର ସେନାପତି, ସୁଦର ମୁଣ୍ଡା, ବାବୁଲି ମୁଣ୍ଡା, ଅଭିରାମ ମୁଣ୍ଡା, ବଳରାମ ମୁଣ୍ଡା, ରଘୁନାଥ ମୁଣ୍ଡା, ଅଶୋକ ନାୟକ, ଭାଗବତ ସେନାପତି, ପ୍ରତାପ ସିଂ, ପ୍ରତାପ ସେନାପତି, ଜିତେନ୍ଦ୍ର ମୁଦୁଲି, ମାନସ ସେଠୀ, ମନ୍ମଥ ମୁଦୁଲି, ୋଷଦେବ ସେଠୀ, ଚକ୍ରଧର ଦତ୍ତ, ଠୁସିଆ ମୁଣ୍ଡା, ସରୋଜ ତରେଇ ଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ