ଓଡ଼ିଶୀ ନୃତ୍ୟଗୁରୁ ହରେକୃଷ୍ଣ ବେହେରାଙ୍କ ଜନ୍ମବାର୍ଷିକୀ

ବାଲେଶ୍ୱର, (ସରୋଜ ପଣ୍ଡା) :ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡି଼ଶୀ ନୃତ୍ୟଗୁରୁ ସ୍ୱର୍ଗତ ହରେକୃଷ୍ଣ ବେହେରାଙ୍କ ଜନ୍ମ ବାର୍ଷିକ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଗୁରୁ ହରେକୃଷ୍ଣ ବେହେରା କଳା ଓ ସଂସ୍କୃତି ମହାବିଦ୍ୟାଳୟ’ରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ କମଳାକାନ୍ତ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ନିଷ୍ଠା, ସାଧନା ଓ ସଂଘର୍ଷମୟ ଜୀବନ ଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଏକଦା ଗାଁ ଯାତ୍ରାଦଳରେ ନାଚ କରୁଥିବା ବାଳକ ‘ହରି’ କିପରି ଓଡ଼ିଶୀ ନୃତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଥିଲେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କର କୃତିତ୍ୱକୁ ନେଇ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତାଙ୍କୁ ପୁରସ୍କୃତ ତଥା ସମ୍ବର୍ଦ୍ଧିତ କରାଯାଇଥିବା ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିଶ୍ୱାଳ ବକ୍ତବ୍ୟରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁ ଅରୁଣ କୁମାର ମିଶ୍ର, ଗୁରୁ ରାଧାଶ୍ୟାମ ବେହେରା, ଗୁରୁ ଅର୍ଜୁନ କୁମାର ଦଳାଇ, ଅଧ୍ୟାପକ ପ୍ରକାଶ କୁମାର ଦାସ ଓ ରଶ୍ୱିରଞ୍ଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀମାନେ ଏହି ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ