ବ୍ଲକ ସ୍ତରୀୟ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପରାମର୍ଶ ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ମହିଳା ମହାସଂଘ ପରିସରରେ ବ୍ଲକ ସ୍ତରୀୟ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଶୁଭଦର୍ଶନ ମିଶ୍ର, ସରପଞ୍ଚ ତଅପୋଇ ସେଠୀ, ସମିତି ସଭ୍ୟା ଦୀପାରାଣୀ ଜେନା, ବିପିଏମ୍ ଚିରଞ୍ଜୀବ ଦାସ, ବିଏଲସି ରଶ୍ମିତା ପଣ୍ଡା, ସଞ୍ଜୁଲତା ନାୟକ, ଦୁର୍ଗା ପ୍ରସାଦ ଦାସ, ଏସ୍.ଡି.ସି ସ୍ମିତା ପାଣିଗ୍ରାହୀଙ୍କ ସମେତ ୭ ଜଣ ପିଆଇଏ ଏବଂ ବ୍ଲକର ସମସ୍ତ ଏମ.ବି.କେ ଉପସ୍ଥିତ ଥିଲେ । ଏହି ଶିବିରରେ ୩୩୫ ଜଣ ଶିକ୍ଷିତ ବେକାର ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୭୬ ଜଣ ଯୁବକଯୁବତୀ ତାଲିମ ନେବା ପାଇଁ ବିଭିନ୍ନ ଟ୍ରେଡ୍ରେ ନାମ ପଞ୍ଜୀକରଣ କରିଥିଲେ ।


